ନୂଆଦିଲ୍ଲୀ: ଟେସଲା ସିଇଓ ଏବଂ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଟ୍ଟର ସମର୍ଥକ ଏଲନ ମସ୍କ ଭାରତର ଭୋଟିଂ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଭାରତରେ ଗୋଟିଏ ଦିନରେ ୬୪ କୋଟି ମତଦାନକୁ ନେଇ ସୋସିଆଲ୍ ମିଡିଓ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, କାର୍ଲିଫର୍ଣ୍ଣିଆରେ ୧୫ ହେଲା ଭୋଟ୍ ଗଣତି ଜାରି ରହିଛି । ଆହୁରି ୨ଲକ୍ଷରୁ ଅଧିକ ଭୋଟ୍ କାଉଣ୍ଟିଂ ହେବ । ମାତ୍ର ଭାରତରେ ଗୋଟିଏ ଦିନରେ ୬୪କୋଟିରୁ ଅଧିକ ଭୋଟର ମତଦାନ କରିବା ଆଶ୍ଚର୍ଯ୍ୟକର କଥା । ଜଣେ ୟୁଜର୍ସ ଏହାକୁ ଟ୍ୟାଗ୍ କରି ଲେଖିଛନ୍ତି, ଡୋନାଲ୍ଡ ଟ୍ରମ୍ପ ନିଜର ସରକାରରେ ବିଭାଗ ବଣ୍ଟନ କରି ସାରିଲେଣି, ହେଲେ ଏଯାଏଁ କାର୍ଲିଫର୍ଣ୍ଣିଆରେ ଭୋଟ୍ ଗଣତି ଶେଷ ହୋଇନାହିଁ । ଅନ୍ୟଜଣେ ୟୁଜର ଲେଖିଛନ୍ତି ଭାରତରେ ନିର୍ବାଚନରେ ହେରଫେର ହୁଏ ନାହିଁ , ତେଣୁ ଗୋଟିଏ ଦିନରେ ୬୪ କୋଟି ମତଦାନ ହୋଇଛି ।
ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ମତଦାନକୁ ୧୮ ଦିନ ହୋଇଗଲାଣି । ହେଲେ କାର୍ଲିଫର୍ଣ୍ଣିଆ ଷ୍ଟେଟରେ ଏଯାଏଁ ଭୋଟ୍ ଗଣତି ଶେଷ ହୋଇନାହିଁ । ଏବେବି ୨ଲକ୍ଷରୁ ଅଧିକ ଭୋଟ୍ କାଉଣ୍ଟିଂ ବାକି ରହିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବମ୍ପର ବିଜୟ ହୋଇଛି । ରିପବ୍ଲିକାନ୍ ପାର୍ଟିକୁ ୩୧୨ ଇଲେକ୍ଟୋରାଲ ମିଳିଛି । ସରକାର ଗଠନ ପାଇଁ କୌଣସି ଦଳକୁ ୨୭୦ ଇଲେକ୍ଟୋରାଲଙ୍କ ସମର୍ଥନ ଆବଶ୍ୟକ । ଏହାର ପାର୍ କରିଛି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ....