୧.୫ ଅରବ ଟ୍ବିଟର ଆକାଉଣ୍ଟ ଡିଲିଟ୍ କରିବ ଟ୍ବିଟର, ଏଲନ ମସ୍କଙ୍କ ଘୋଷଣା…
11/12/2022 at 1:40 PM

ନୂଆଦିଲ୍ଲୀ, ୧୧/୧୨: ଏଲନ ମସ୍କ ଟ୍ବିଟର ଅଧିଗ୍ରହଣ କରିବା ପରଠାରୁ କମ୍ପାନୀକୁ ନେଇ ଅନେକ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ଟ୍ବିଟରର ଫିଚରରେ ପରିବର୍ତ୍ତନ ହେଉ ଅବା କର୍ମଚାରୀଙ୍କ ଛଟେଇ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏବେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହା ୟୁଜରଙ୍କୁ ଝଟକା ଦେଇଛି।
ମସ୍କ କହିଛନ୍ତି ଟ୍ବିଟରରୁ ୧.୫ ଲକ୍ଷ ଆକାଉଣ୍ଟ ଡିଲିଟ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏମିତିରେ ଟ୍ବିଟର ୟୁଜର ଚିନ୍ତା କରୁଛନ୍ତି ଯେ ଏଥିରେ ସେମାନଙ୍କର ଆକାଉଣ୍ଟ ନାହିଁ ତ? ପ୍ରକୃତରେ ମସ୍କ କହିଛନ୍ତି ଯେଉଁ ଆକାଉଣ୍ଟ ଅନେକ ବର୍ଷରୁ ଅଚଳ ରହିଛି ବା ୟୁଜର୍ସ ଏହାକୁ ବ୍ୟବହାର କରୁନାହାନ୍ତି। ଏମିତିକି ଲଗଇନ୍ ମଧ୍ୟ କରୁନାହାଁନ୍ତି ସେହଭଳି ଆକାଉଣ୍ଟକୁ ପ୍ଳାଟଫର୍ମରୁ ହଟାଯିବ।
ସୂଚନାଥାଉ, ସୋମବାର କମ୍ପାନୀ ଏହାର ଟ୍ବିଟର ବ୍ଳୁ ସବସ୍କ୍ରାଇବର ସେବା ଆରମ୍ଭ କରିବାକୁ ଯାଉଛି। ୟୁଜର୍ସଙ୍କୁ ଏହି ସେବା ପାଇଁ ଅର୍ଥ ଦେବାକୁ ପଡ଼ିବ। ଏହି ଟଙ୍କା ୮ ରୁ ୧୧ ଡଲାର ମଧ୍ୟରେ ରହିଛି।