scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଣ୍ଣାଡ ଆର୍ନାଲ୍ଟଙ୍କୁ ପଛରେ ପକାଇଲେ ଏଲନ୍ ମସ୍କ, ବିଶ୍ବର ୧ନମ୍ବର ଧନୀ ହେଲେ ଟେସଲା ସିଇଓ

1/06/2023 at 2:26 PM

ନୂଆଦିଲ୍ଲୀ ୦୧।୦୬: ବିଶ୍ବ ଧନୀ ତାଲିକାର ଶୀର୍ଷକୁ ଉଠିଲେ ଟେସଲା ସିଇଓ । ବିଶ୍ବର ୧ ନମ୍ବର ଧନୀ  ହେଲେ ଏଲନ ମସ୍କ । ଏହି ଦୌଡର ପ୍ରଥମରେ ଥିବା ବର୍ଣ୍ଣାଡ ଆର୍ନାଲ୍ଟଙ୍କୁ ପକାଇଛନ୍ତି ପଛରେ ।  ଗତ ୨୪ ଘଣ୍ଟା ମଧ୍ୟରେ ଏଲୋନ୍ ମସ୍କଙ୍କ ମୋଟ ସମ୍ପତ୍ତି ୧.୯୮ ବିଲିୟନ ଡଲାର ବୃଦ୍ଧି ପାଇଛି । ଏଥିସହିତ ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାଡ୍ ଆର୍ନାଲ୍ଟ୫.୩୫ ବିଲିୟନ ଡଲାରର ବ୍ୟାପକ କ୍ଷତି ସହିଛନ୍ତି ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଏଲୋନ୍ ମସ୍କଙ୍କ ନିଟ୍ ମୂଲ୍ୟରେ ୧.୯୮ ବିଲିୟନ ଡ଼ଲାର୍ ବୃଦ୍ଧି ହେବା ପରେ ଏହା ୧୯୨ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ସମ୍ପତ୍ତିରେ ଅଭିବୃଦ୍ଧି ହେତୁ ସେ ଦୁଇ ନମ୍ବରରୁ ଅରବପତି ତାଲିକାର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି  । ଅନ୍ୟପକ୍ଷରେ, ଆର୍ନାଲ୍ଟଙ୍କ ୫.୨୫ ବିଲିୟନ ଡ଼ଲାର ହ୍ରାସ ହେବା ପରେ ତାଙ୍କର ମୋଟ ସମ୍ପତ୍ତି ୧୮୭ ବିଲିୟନ ଡ଼ଲାରକୁ ଖସି ଆସିଛି । ସେ ଏବେ ବିଶ୍ବ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଖବର ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ବର୍ନାର୍ଡ ଆର୍ନାଲ୍ଟଙ୍କ ନିଟ୍ ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ତାଙ୍କୁ ୨୪ ଘଣ୍ଟାରେ ୧୧.୨ ବିଲିୟନ ଡ଼ଲାର ବା ପ୍ରାୟ ୯୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଏହି କାରଣରୁ ତାଙ୍କର ନିଟ୍ ମୂଲ୍ୟ ୨୦୦ ବିଲିୟନ ଡଲାରରେ ପହଞ୍ଚିଥିଲା। ଆଉ ଏବେ ଆହୁରି ଖସିଛି ତାଙ୍କର ମୋଟ ସମ୍ପତ୍ତି ।  ଯାହା ତାଙ୍କ ମୁଣ୍ଡରୁ ଛଡେଇ ନେଇଛି ନମ୍ବର ୧ଧନୀ ମୁକୁଟ ।

ମସ୍କ ଏବଂ ଆର୍ନାଲ୍ଟଙ୍କ ବ୍ୟତୀତ ବିଶ୍ବ ଧନୀ ତାଲିକାର ତୃତୀୟରେ ରହିଛନ୍ତି ଆମାଜନର ଜେଫ୍ ବେଜୋସ୍ । ସେ ୧୪୪ ବିଲିୟନ ଡଲାର ସହ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି ।  ଏହା ପଛକୁ ଅର୍ଥାତ୍ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ହେଉଛନ୍ତି ମାଇକ୍ରୋସଫ୍ଟର ବିଲ୍ ଗେଟ୍ସ । ତାଙ୍କ ସମ୍ପତ୍ତି ୧୨୫ ବିଲିୟନ ଡ଼ଲାର ଥିବାବେଳେ ଲ୍ୟାରି ଏଲିସନଙ୍କ ୧୧୮ ବିଲିୟନ ଡଲାର ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

୧୧୪ ବିଲିୟନ ଡଲାର୍ ସହିତ ଧନୀ ତାଲିକାର ଷଷ୍ଠରେ ଅଛନ୍ତି ଷ୍ଟିଭ୍ ବଲମେର୍  ଏବଂ ୱାରେନ୍ ବଫେଟ୍ ୧୧୨ ବିଲିୟନ ଡଲାର ସମ୍ପତ୍ତି ସହିତ ବିଶ୍ୱର ଧନୀମାନଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ଲ୍ୟାରି ପେଜ୍ ୧୧୧ ବିଲିୟନ ଡ଼ଲାର୍ ସହିତ ଅଷ୍ଟମ, ୧୦୬ ବିଲିୟନ ଡ଼ଲାର୍ ସହିତ ସର୍ଗେଇ ବ୍ରିନ୍ ନବମ ସ୍ଥାନରେ ଏବଂ ମାର୍କ ଜୁକରବର୍ଗ ୯୬.୫ ବିଲିୟନ ଡ଼ଲାର୍ ସହିତ ଦଶମ ସ୍ଥାନରେ ଅଛନ୍ତି ।

ତେବେ ଭାରତୀୟ ଶିଳ୍ପପତିମାନଙ୍କ ବିଷୟରେ କହିବାକୁ ଗଲେ ବିଶ୍ବ ଧନୀ ତାଲିକାର ଟପ୍-୨୦ରେ ଅଛନ୍ତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀ । ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୮୪.୭ ବିଲିୟନ ଡ଼ଲାର୍ ସହିତ ଦୁନିଆର ୧୩ତମ ଧନୀ ବ୍ୟକ୍ତି ଅଟନ୍ତି ଏବଂ ଗୌତମ ଆଦାନୀ ୬୧.୩ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ୧୯ ତମ ସ୍ଥାନରେ ଅଛନ୍ତି ।

You Can Read:

   Related Posts