ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଅଭିଯୋଗ- ଜିଲ୍ଲା ଜଜ୍‌ ପାଇଁ ମିଳୁ ନାହାନ୍ତି ଯୋଗ୍ୟ ପ୍ରାର୍ଥୀ: ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼

17/11/2022 at 11:06 PM

ନୂଆଦିଲ୍ଲୀ, ୧୭/୧୧: ଦେଶର ବିଭିନ୍ନ ଜିଲ୍ଲାରେ ଜଜ୍‌ ହେବା ପାଇଁ ମିଳୁନାହାନ୍ତି ଉପଯୁକ୍ତ ପ୍ରାର୍ଥୀ । ଏକ ଯାଚିକାର ଶୁଣାଣି ସମୟରେ ଏପରି କହିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ଆଡିସ୍‌ନାଲ୍‌ ଜିଲ୍ଲା ଜଜ୍‌ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାକୁ ନେଇ ଜଣେ ପରୀକ୍ଷାର୍ଥୀ ଏହି ଯାଚିକା ଦାଏର କରିଥିଲେ ।

ପରୀକ୍ଷାର୍ଥୀ ତାଙ୍କର ଖାତାକୁ ପୁନର୍ବାର ମୂଲ୍ୟାୟନ କରି ବୋନସ୍‌ ମାର୍କ ଦେବା ପାଇଁ ଏହି ଯାଚିକାରେ ଦର୍ଶାଇଥିଲେ । ନିଯୁକ୍ତିର ବିଜ୍ଞାପନରେ ମୋଟ ୮୫ ପୋଷ୍ଟ ପାଇଁ ଦର୍ଶାଯାଇଥିଲା । ବିଜ୍ଞପ୍ତିରେ ଥିବା ପୋଷ୍ଟର ୩ ଗୁଣ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବା ନେଇ ଉଲ୍ଲେଖ ରହିଥିଲା । କିନ୍ତୁ ଏଥିପାଇଁ କେବଳ ୪ ଜଣ ପିଲାଙ୍କୁ ଡକାଯାଇଥିଲା । ଯାହାକି ବିଜ୍ଞାପନ ବିରୋଧୀ ଥିବା ସେ ଦର୍ଶାଇଥିଲେ ।

ତେବେ ଅଭିଯୋଗକାରୀଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟର ଓକିଲ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରି ପରୀକ୍ଷା ଖାତା ପୁନର୍ବାର ଚେକ୍‌ କରିବାକୁ ନିବେଦନ କରିଥିଲେ । ଏହି ମାମଲାର ବିଚାର ପାଇଁ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି, ଜଷ୍ଟିସ୍‌ ହିମା କୋହଲି ଏବଂ ଜଷ୍ଟିସ୍‌ ଜେବି ପରଡିୱାଲାଙ୍କୁ ନେଇ ୩ ଜଣିଆ ଖଣ୍ଡପୀଠ ଗଠିତ ହୋଇଥିଲା । ଖଣ୍ଡପୀଠ ଏହି ମାମଲା ହାଇକୋର୍ଟ ସ୍ତରରେ କରିବା ପାଇଁ କହିଥିଲେ । ଏଥିସହିତ ସେ କହିଥିଲେ ଯେ, ଦେଶର ସମସ୍ତ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜିଲ୍ଲା ସ୍ତରରେ ଜଜ୍‌ ନିଯୁକ୍ତି ପାଇଁ ଉପଯୁକ୍ତ ପ୍ରାର୍ଥୀ ମିଳୁନଥିବା କହିଥିଲେ ।  

   Related Posts