Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଏହି ସାଘାଂତିକ ଚର୍ମ ରୋଗର ଔଷଧ ଆଣିଲା ଏଲି ଲିଲି, ଚିକିତ୍ସାରେ ହେବ ସହାୟକ

14/03/2023 at 10:19 PM

ନୂଆଦିଲ୍ଳୀ, ୧୪/୦୩: ଆମେରିକୀୟ ଔଷଧ କମ୍ପାନି ଏଲୀ ଲିଲି ମଧ୍ୟମରୁ ଗୁରୁତର ପ୍ଲାକ୍‌ ସୋରାୟସିସ୍‌ ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଛି। ଏହା ସହ କମ୍ପାନି ଚର୍ମ ସମ୍ବନ୍ଧୀୟ ରୋଗର ଔଷଧ କ୍ଷେତ୍ରରେ ଏହାର ପାଦ ରଖିଛି। କମ୍ପାନି ମଙ୍ଗଳବାର ଏକ ବୟାନରେ କହିଛି ଯେ ଡିସିଜିଆଇ ଅନୁମତି ପରେ କମ୍ପାନି ଏହାର ଔଷଧ କୋପେଲର (ଇକ୍ସିକିଜୁମେଭ) କୁ ବଜାରକୁ ଆଣିଛି।

ଔଷଧକୁ ଖାସ୍ କରି ସେହି ପ୍ରୋଟିନକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଯାହା ସୋରାୟସିସରେ ଶରୀରର ଫୁଲିବା ପାଇଁ ଦାୟୀ। ଏଲି ଲିଲି ଆଣ୍ଡ୍ କମ୍ପାନିର ଭାରତ ଏବଂ ଭାରତୀୟ ଉପମହାଦ୍ବୀପ ପରିଚାଳନା ନିର୍ଦ୍ଦେଶକ ବିନୀତ ଗୁପ୍ତା କହିଛନ୍ତି ଚର୍ମ ସମ୍ବନ୍ଧୀୟ ରୋଗର ଉପଚାର ପାଇଁ ଔଷଧ ଆଣିବା ସହ କମ୍ପାନୀକୁ ଅନ୍ୟ ଔଷଧ ଆଣିବାର ପ୍ରତିଜ୍ଞା ଉପରେ କରିବାରେ ସହାୟକ ହେବ।

କ’ଣ ଏହି ସୋରାୟସିସ୍‌:

ସୋରାୟସିସ୍‌ ଏକ ଅଟୋଇମ୍ୟୁନ୍‌ ରୋଗ (ଯେଉଁ ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀ ସୁସ୍ଥ କୋଷକୁ ନଷ୍ଟ କରିଦେଇଥାଏ)। ସୋରାୟସିସ୍‌ ମୁଣ୍ଡରୁ ନେଇ ଗୋଡ଼ ପର୍ଯ୍ୟନ୍ତ କୌଣସି ସ୍ଥାନରେ ହୋଇପାରେ। ଏହି ରୋଗରେ ଚର୍ମ ଗୁରୁତର ଭାବରେ ପ୍ରଭାବିତ ହୋଇଥାଏ। ଏହି ରୋଗରେ ଚର୍ମରେ ଏକ ମୋଟା ପରସ୍ତ ଜମିବାରେ ଲାଗିଥାଏ ଯାହା ଲାଲ୍ ରଙ୍ଗର ହୋଇଥାଏ। ଏହି ରୋଗ ହେଲେ ଶରୀରରେ କୁଣ୍ଡେଇ ହୋଇଥାଏ। ପ୍ରାୟ ୧ ପ୍ରତିଶତ ଲୋକ ଏଥିରେ ପୀଡ଼ିତ।  

   Related Posts