ବଡ ପ୍ରୋଜେକ୍ଟରେ ଏଲି ଆଭ୍ରମ୍‌, କହିଲେ-ମୁଁ ବହୁତ ଖୁସି

Published By : Prameya-News7 Bureau | October 14, 2022 IST

ମୁମ୍ଵାଇ ୧୪।୧୦: ପ୍ରଥମ ତାମିଲ ଫିଲ୍ମ ‘ନାନେ ଭରୁଭିନ୍‌’ ପାଇଁ ଖୁବ୍‌ ପ୍ରଶଂସିତ ହେଉଛନ୍ତି ସ୍ୱିଡିଶ୍‌ ଅଭିନେତ୍ରୀ ଏଲି ଆଭ୍ରମ୍‌ । ଫିଲ୍ମରେ ସେ ଧନୁଷଙ୍କ ସହ ଅଭିନୟ କରିଛନ୍ତି । ସେତିକି ନୁହେଁ, ବଲିଉଡ୍‌ ଫିଲ୍ମ ‘ଗୁଡ୍‌ବାଏ’ରେ ନିଜର ପ୍ରଦର୍ଶନ ପାଇଁ ମଧ୍ୟ ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏହି ସବୁ ପ୍ରୋଜେକ୍ଟ ଜରିଆରେ ତାଙ୍କ ବହୁମୁଖୀ ପ୍ରତିଭା ଏବେ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏ ବିଷୟରେ ସେ କହିଛନ୍ତି, ଗତ କିଛି ବର୍ଷରୁ ମୋତେ ଯେଉଁ ପ୍ରତିକ୍ରିୟା ମିଳୁଛି, ତାକୁ ନେଇ ମୁଁ ବହୁତ ଖୁସି ।

ଫିଲ୍ମମେକର୍‌ ଏବେ ବାସ୍ତବରେ ମୋ ସାମର୍ଥ୍ୟ ଦେଖୁଛନ୍ତି ଏବଂ ଅଭିନୟ-କୈନ୍ଦ୍ରିକ ଫିଲ୍ମ ମୋତେ ପ୍ରଦାନ କରୁଛନ୍ତି । ଏଥିପାଇଁ ମୁଁ କୃତଜ୍ଞ । ଅଧିକ ଅଫର୍‌ ନୁହେଁ, ବରଂ ସମାନ ପ୍ରକାର ଭୂମିକାରେ ଅଭିନଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲି । ତେଣୁ ଏହି ଦିନ ପାଇଁ ଧୈର୍ଯ୍ୟର ସହ ରହିଲି ।’ ଏବେ ତା’ର ଫଳ ଏଲିଙ୍କୁ ମିଳୁଛି । ଏକାଧିକ ପ୍ରୋଜେକ୍ଟ ହାତକୁ ଆସୁଛି, ଯେଉଁଥିରେ ଦର୍ଶକ ତାଙ୍କ ଅଭିନୟ ଦକ୍ଷତା ଦେଖିବାର ସୁଯୋଗ ପାଇବେ । କଠିନ ପରିଶ୍ରମ ଓ ଧୈର୍ଯ୍ୟକୁ ଏଲି ସବୁ ଶ୍ରେୟ ଦେଇଛନ୍ତି । ଆଗକୁ ଭରପୂର ଅଭିନୟ ଥିବା ଭିନ୍ନ ଧରଣର ପ୍ରୋଜେକ୍ଟ ପାଇବେ ବୋଲି ସେ ଆଶାବାଦୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.