ନୂଆଦିଲ୍ଲୀ: ଟ୍ରାଫିକ୍ ରେଡ୍ ଲାଇଟ୍ କ୍ରସ କଲେ ରେଡ୍ ଲାଇଟ୍ ଭିତରୁ ବାହାରୁଛି କଭି ଖୁସି କଭି ଗମ୍ ଫିଲ୍ମର ପୁ। ଆଉ କହୁଛି- କୌନ ହେ ୟେ ଯିସ୍ନେ ଦୁବାରା ମୁଡ୍କେ ମୁଝେ ନେହିଁ ଦେଖା। କଥା ଟା ମଜା ଲାଗିଲା ନା ? ଆଜ୍ଞା ହଁ, ଲୋକେ ଟ୍ରାଫିକ୍ ପାଳନ କରିବା ପାଇଁ ଏମିତି ମଜାଳିଆ ତରିକା ଆପଣାଇଛି ଦିଲ୍ଲୀ ପୁଲିସ୍।
ଏହି ମଜାଳିଆ ମିମ୍ସକୁ ଟ୍ୱିଟ୍ କରି ଲୋକଙ୍କୁ ଜଣାଇଛି ଦିଲ୍ଲୀ ପୁଲିସ। ଟ୍ୱିଟରେ ଲେଖାଯାଇଛି " କିଏ ସେହି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ। ପୁ ଆଟେନସନ ପସନ୍ଦ କରେ। ତେଣୁ ଟ୍ରାଫିକ ଲାଇଟ୍କୁ ଧ୍ୟାନ ଦିଅନ୍ତୁ।"
wp:html/wp:htmlWho's that traffic violator?
— Delhi Police (@DelhiPolice) July 16, 2022
Poo likes attention, so do the traffic lights !#RoadSafety#SaturdayVibes pic.twitter.com/ZeCJfJigcb
ମିମ୍ସରେ ଏକ କାର୍ ଦ୍ରୁତ ଗତିରେ ମାଡ଼ିଯାଉଛି। ପରେ ଟ୍ରାଫିକ୍ ରେଡ୍ ଲାଇଟ୍ରୁ କଭି ଖୁସି କଭି ଗମ୍ ଫିଲ୍ମରେ କରୀନା କପୁର ଅଭିନୟ କରିଥିବା ପୁ ତରିତ୍ର ବାହାରୁଛି। ଆଉ କହୁଛି କୌନ ହେ ୟେ ଯିସ୍ନେ ଦୁବାରା ମୁଡ୍କେ ମୁଝେ ନେହିଁ ଦେଖା।
ଦିଲ୍ଲୀ ପୁଲିସର ଏଭଳି ଅଭିନବ ପ୍ରୟାସକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏହା ଲୋକଙ୍କୁ ଖୁବ ମଜା ଲାଗିବା ସହ ରେଡ୍ ଲାଇଟ୍ ପ୍ରତି ଲୋକଙ୍କ ଧ୍ୟାନ କେନ୍ଦ୍ରିତ କରୁଛି।