ଜୁଆ ଆଡ୍ଡାରୁ ୧୧ ମହିଳା ଗିରଫ; ୨ ଲକ୍ଷରୁ ଅଧିକ ଟଙ୍କା ଜବତ

Published By : Prameya-News7 Bureau | June 15, 2022 IST

ବ୍ରହ୍ମପୁର ୧୫/୦୬ : ଆଷାଢ ମାସ ଆରମ୍ଭ ହେବା ମାତ୍ରେ ଗଞ୍ଜାମ ଜିଲ୍ଲାରେ କେତେକ ଜୁଆଡ଼ି ପରମ୍ପରାକୁ ଢାଲ କରି ମାସ ମାସ ଧରି ଜୁଆ ଆଡ୍ଡା ଚଳାଉଛନ୍ତି। ମୁଖ୍ୟତଃ ଜିଲ୍ଲାର ବ୍ରହ୍ମପୁର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବଡ଼ ବଡ଼ ନୂଆ ଆଡ୍ଡା ଚାଲୁଛି। ସେଠାରେ ପୁଲିସ ଚଢ଼ଉ କରି ଲକ୍ଷାଧିକ ଟଙ୍କା ଜବତ କରି ଅନେକ ଜୁଆଡ଼ିଙ୍କୁ ଗିରଫ କରୁଛି। ହେଲେ ନୂଆ ଆଡ୍ଡା ଚଳାଉଥିବା ମୁଖ୍ୟ ପରିଚାଳକମାନେ କେବେ ଧରା ପଡୁନାହାଁନ୍ତି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ସଦର ଥାନା ଅନ୍ତର୍ଗତ ଭାବିନିପୁର ଗାଁରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ଥାନା ପୋଲିସ ଚଢ଼ଉ କରି ୧୧ଜଣ ମହିଳାଙ୍କ ସହିତ ଲକ୍ଷାଧିକ ଟଙ୍କା ଜବତ କରିଛି।

ସୂଚନାଯୋଗ୍ୟ, ଆଜି ସଦର ଥାନା ଅନ୍ତର୍ଗତ ଭାବିନିପୁର ଗାଁରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା। ସେ ନେଇ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆଜି ଏକ ଟିମ୍ ଏହି ସ୍ଥାନରେ ଚଢ଼ଉ କରି ଏହି ଜୁଆ ଆଡ୍ଡା ଠାବ କରିଛି। ପୁଲିସ ଘଟଣାସ୍ଥଳରୁ ୧୧ ଜଣ ମହିଳା ଜୁଆଡ଼ିଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ପୋଲିସ ୨ଲକ୍ଷ ୬୮ ହଜାର ୫୦୦ ଟଙ୍କା ଜବତ କରିବା ସହ ଥାନାରେ ଏକ ମାମଲା ରୁଜୁ କରିଛି। ଏହା ମହିଳାମାନଙ୍କର ଜୁଆ ଆଡ୍ଡା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.