ପୋଲିସ କବ୍ଜାରେ ୧୧ କୁଖ୍ୟାତ ଚୋର, ୩୦ରୁ ଉର୍ଦ୍ଧ୍ବ ଚୋରି ଘଟଣାରେ ଥିଲେ ସମ୍ପୃକ୍ତ
18/07/2023 at 1:01 PM

ଭୁବନେଶ୍ବର।ବାଲିପାଟଣା ୧୮।୭: ଧଉଳି ପୋଲିସକୁ ମିଳିଲା ବଡ ସଫଳତା । ପୋଲିସ କବ୍ଜାରେ ୧୧ କୁଖ୍ୟାତ ଚୋର । ଧଉଳି ଏବଂ ଆଖପାଖ ଅଞ୍ଚଳରୁ ଏକାଧିକ ଚୋରି ଘଟଣାରେ ଥିଲେ ସଂପୃକ୍ତି । ସମସ୍ତ ଚୋର ଚଡ଼ି ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି ।

ତେବେ ଗତ କିଛି ଦିନ ହେବ ଧଉଳି, ପିପିଲି, ଏୟାରଫିଲ୍ଡ ଏବଂ ଥାନା ଅଞ୍ଚଳରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଚୋରି ଘଟଣାରେ ଏମାନେ ସଂପୃକ୍ତ ଥିବା ଜଣାପଡ଼ିଛି । ଏମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା । ଚୋରି ସମୟର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା । ଚୋରିରେ ଚଡି ଗ୍ୟାଙ୍ଗର ସଂପୃକ୍ତି ଥିବା ଜଣାପଡିଥିଲା । ଏମାନେ ରାତି ପ୍ରାୟ ସାଢେ ୧୨ରୁ ସାଢେ ୨ଟା ମଧ୍ୟରେ ଘରର ଝରକା ତାଡି ସୁନା ଅଳଙ୍କାର ଏବଂ ଟଙ୍କା ଚୋରି କରି ନିଅନ୍ତି ।

ଏମାନେ କ୍ରମାଗତ ଭାବେ ଧଉଳି ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି କରି ନେଇଥିଲେ । ଗୋପୀନାଥପୁର, ଶିଶୁପାଳଗଡ, ଖଡରେଇପୁର, ବାସୁଦେବ ନଗର ଆଦି ଅଞ୍ଚଳରୁ ଚୋରି ହୋଇଥିଲା । ଯାହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଘଟଣାରେ ପ୍ରଥମେ ପୋଲିସ ୩ ଚୋରଙ୍କୁ କାବୁ କରିଥିଲା । ପରେ ଅନ୍ୟ ୮ ଜଣ କୁଖ୍ୟାତ ଚୋରଙ୍କୁ ଧରିବାରେ ସଫଳ ହୋଇଛି । ମଙ୍ଗଳବାର ସମସ୍ତ ଚୋରଙ୍କୁ କୋର୍ଟ ଚାଲାଣ କରାଯାଇଛି ।
You Can Read :