ରାଜସ୍ଥାନ ୨୩।୧୧ : ଶନିବାର ସକାଳ ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ।
ସୂଚନାଯୋଗ୍ୟ ଯେ, ରାଜସ୍ଥାନ ନାଗୋରର କୁଚାମନ ସହରରେ ବିଳମ୍ବିତ ରାତିରେ ଦୁଇଟି ମିନିବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ହେବା ଦ୍ବାରା ଭାରସାମ୍ୟ ହରାଇ ଗୋଟିଏ ମିନି ବସ୍ ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଯାତ୍ରୀଙ୍କ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ୍ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଛନ୍ତି।