ଚମ୍ପୁଆ ରେଞ୍ଜରେ ପସିଲେ ହାତୀପଲ, ଦଳି ଚକଟି ନଷ୍ଟକଲେ ଧାନ ଫସଲ

Published By : Prameya-News7 Bureau | August 18, 2023 IST

କେନ୍ଦୁଝର ୧୮/୦୮: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ସେପଟେ ଗାଁ ନିକଟରେ ବୁଲୁଛି ଆଉ ଏକ ଗୋଠ ଛଡା ଦନ୍ତା । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ସୂଚନା ଥାଉକି, ସକାଳୁ ହାତୀପଲ ଆସି ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି ଏହି ହାତୀପଲ । ୨୧ଟି ହାତୀ ଥିବା ବେଳେ, ୫ ଦନ୍ତା ୯ ମାଈ ହାତୀ ଏବଂ ୭ଟି ଛୁଆ ହାତୀ ଥିବା ବନବିଭାଗ ସୂଚନା ଦେଇଛି । ହାତୀପଲ ଆସିବା ବାଟରେ ଭଣ୍ଡା, କାଶୀପାଳ, ନନ୍ଦପୁର ଉଚ୍ଚବାଲି ଆଦି ଅଞ୍ଚଳରେ ଧାନ ଫସଲ ମାଡି ଦଳି ନଷ୍ଟ କରିଛନ୍ତି ।

ଏଥିସହ ଆଉ ଏକ ଗୋଠଛଡା ଦନ୍ତା ସଦର ରେଞ୍ଜରୁ ଆସି ପଶି ମାଟିଆଳ ସାହି ନିକଟରେ ଡେରା ପକାଇଛି । ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.