Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ହାତୀପଲଙ୍କ ଉପଦ୍ରବ, ଦଳି ଚକଟି ନଷ୍ଟ କଲେ ପାଚିଲା ଧାନ ; ଚିନ୍ତାରେ ଚାଷୀ

23/11/2022 at 10:47 AM

କେନ୍ଦୁଝର  ୨୩।୧୧: ନାକେଦମ୍ କଲେଣି ହାତୀପଲ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ହାତୀପଲଙ୍କ ଉପଦ୍ରବ ଯୋଗୁ ଚିନ୍ତାରେ ଚାଷୀ। ହାତୀପଲ ଦଳିଚକଟି ନଷ୍ଟ କରିଦେଲେ ଏକର ଏକର ପାଚିଲା ଧାନ ଫସଲ। ଏବେ ଚଷା ପୁଅର କ୍ଷେତରେ ଧାନ ପାଚିଗଲାଣି। ସେଥିପାଇଁ ହାତୀପଲଙ୍କ ନଜର ଏବେ ଧାନ କ୍ଷେତ ଉପରେ ପଡିଛି। ସେଥିପାଇଁ ରାତି ଅନିଦ୍ରା ହୋଇ ଧାନକ୍ଷେତକୁ ଜଗିରହିଛି ଚାଷୀ। ତଥାପି ହାତୀପଲଙ୍କ କବଳରୁ ଫସଲକୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ।

ଅମଳ ସମୟରେ ହାତୀପଲଙ୍କ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି।  ମଙ୍ଗଳବାର ବିଳମ୍ବିତ ରାତିରେ ବନବିହାରୀପୁର ଗାଁରେ  ୩୦ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିଲେ। ଏକର ଏକର ଧାନଫସଲକୁ ଖାଇଯିବା ସହ ଦଳିଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲ ଧାନଫସଲ ନଷ୍ଟ କରୁଥିଲେ ମଧ୍ୟ ହାତୀପଲଙ୍କୁ ଘଉଡାଇବାରେ ବନବିଭାଗ ବିଫଳ । ଏମିତି କି ଚାଷୀଙ୍କୁ ଫସଲର କ୍ଷତିପୂରଣ ମିଳୁନଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି।

   Related Posts