<strong>ସୋଲାର ଫେନସିଙ୍ଗ ଭିତରେ ପଶିଗଲେ ହାତୀପଲ; ହାତୀ ଘଉଡ଼ାଇବା ବେଳେ ଜଣଙ୍କର ମୃତ୍ୟୁ</strong>

Published By : Prameya-News7 Bureau | August 09, 2022 IST

ହାତୀ ମଣିଷ ମୁହାଁମୁହିଁ ହୋଇଛନ୍ତି

ଜଣଙ୍କୁ ଦଳିମାରିଦେଲା ହାତୀ

ମୃତଦେହ ପାଖରେ ଜଗିରହିଛନ୍ତି ହାତୀପଲ

ଢେଙ୍କାନାଳ ୦୯/୦୮: ବଣୁଆ ହାତୀଙ୍କ ଦାଉରୁ ଧାନ ଫସଲକୁ ଚାରିପଟେ ଥିବା ସୋଲାର ଫେନ୍ସିଂ ଭିତରକୁ ପଶିଗଲେ ହାତୀ ପଲ। ଏହି ହାତୀ ପଲଙ୍କୁ ଘଉଡାଇବା ବେଳେ ହାତୀ ଗାଁଲୋକଙ୍କୁ ପାଲାଟା ଆକ୍ରମଣ କରିଛନ୍ତି। ଫଳରେ ହାତୀ ହାବୁଡ଼ରେ ପଡ଼ି ଯିବାରୁ  ପାଦରେ ଦଳି ହାତୀ ଜଣଙ୍କୁ ମାରି ଦେଇଥିବା ଜଣାପଡ଼ିଛି। ଏପରିକି ଏହି ହାତୀ ପଲ ଘଟଣାସ୍ଥଳ ଜଗି ରହିଥିବାବେଳେ ହାତୀ ମଣିଷ ମୁହାଁ ମୁହିଁ ହୋଇ ରହିଛନ୍ତି।  ଏହି ଘଟଣା ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ଦେଖିବାକୁ ମିଳିଛି।

ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ କନ୍ଧରା ସେକ୍ସନର କାଠକୁମ୍ପା ଗାଁ ପାଖରେ ଆଜି ସନ୍ଧ୍ୟାରେ ଗାଁଲୋକ ଓ ହାତୀପଲ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ପରିଚୟ କାଠକୁମ୍ପା ଗାଁର ବାଜିଆ ବାରିକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ହାତୀପଲ ଜଗି ରହିଥିବାରୁ ବନ ବିଭାଗ ପକ୍ଷରୁ ଅଧିକ ବନ କର୍ମଚାରୀ ନେଇ ହାତୀମାନଙ୍କୁ ଘଉଡ଼ାଇବା ସହିତ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ  ଜାରିରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.