ଭୁବନ ଅଞ୍ଚଳରେ ଗୋଠଛଡା ଦନ୍ତାର ଉତ୍ପାତ, ଭୟଭୀତ ଗ୍ରାମବାସୀ

Published By : Prameya-News7 Bureau | September 05, 2023 IST

ଭୁବନ ୫।୯: ଢେଙ୍କାନାଳ ଭୁବନ ବ୍ଲକ୍ ଅନ୍ତର୍ଗତ ଭୁଷଳ ପଞ୍ଚାୟତର କିର୍ତ୍ତନପୁର ଓ କଞ୍ଚନବାହାଳୀ ଗ୍ରାମରେ ଗୋଠଛଡା ଦନ୍ତାର ଉତ୍ପାତ । ଭୟରେ ଗ୍ରାମବାସୀ ।

{"id":840593,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ସୋମବାର ମଧ୍ୟରାତ୍ରିରୁ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଦଲାର ଓ ହରିପୁର ଗ୍ରାମ ନିକଟ ପାହାଡରୁ ବ୍ରାହ୍ମଣୀ ନଦୀ ପାର ହୋଇ ପଶିଆସିଛି ଗୋଠଛଡା ଦନ୍ତା । ପ୍ରଥମେ ଦନ୍ତାଟି ନଦୀ ପାର ହୋଇ ଭୁଷଳ ପଞ୍ଚାୟତର କିର୍ତ୍ତନପୁର ଗ୍ରାମରେ ପଶି କଦଳୀ ଗଛ ଭାଙ୍ଗିବା ସହିତ ଜଣଙ୍କ ଘରୁ ଧାନବସ୍ତା ଟେକି ନେଇ ଖାଇଥିଲା । ପରେ ସେହି ପଞ୍ଚାୟତର କଞ୍ଚନବାହାଳୀ ଗ୍ରାମରେ ପଶି ମୁନି ମୁଣ୍ଡାଙ୍କ ଆମ୍ବଡାଳ ଭାଙ୍ଗିବା ସହିତ ଘରୁ ଭାତ ହାଣ୍ଡି ଟେକିନେଇ ଗୋଡରେ ଦଳି ଦେଇଥିଲା ।

{"id":840594,"sizeSlug":"full","linkDestination":"none"}

ପରେ ଜଗନ ମୁଣ୍ଡାଙ୍କ ଘର ବାଡକୁ ଭାଙ୍ଗିବା ସହିତ ଦିଲ୍ଲୀପ ମୁଣ୍ଡାଙ୍କ ଘର ଶୁଣ୍ଢରେ ଠେଲିବା ଦ୍ବାରା ଘର କାନ୍ଥ ଫାଟିଥିବା ଦେଖିବାକୁ ମିଳିଛି । ତେବେ ଖବର ପାଇ ବନ ବିଭାଗ ହାତୀଟିର ଗତିବିଧି ଉପରେ ନଜର ରଖିବା ସହିତ ହାତୀଟିକୁ ଘଉଡାଇବାକୁ ଉଦ୍ୟମ ଚଳାଇଛି । ତେବେ ଗୋଠଛଡା ଦନ୍ତା ହାତୀଟି କଞ୍ଚନବାହାଳୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଜଣାପଡିଛି । ଭୁବନ ଅଞ୍ଚଳରେ ବହୁ ଦିନ ପରେ ହାତୀ ପଶିଥିବାରୁ ଗ୍ରାମବାସୀ ଭୟଭୀତ ଥିବା ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/stf-checked-the-documents-at-house-of-accused/","type":"wp-embed","providerNameSlug":"prameya-news-7"}
https://www.prameyanews7.com/stf-checked-the-documents-at-house-of-accused/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.