ହାତୀ ଘଉଡାଉଥିଲେ ଗଜସାଥି, ବିଲରେ କଚାଡ଼ିଲା ଦନ୍ତା

Published By : Prameya-News7 Bureau | November 20, 2023 IST

ବଲାଙ୍ଗୀର ୨୦/୧୧: ହାତୀ ଘଉଡାଉଥିବା ବେଳେ ଗଜସାଥିକୁ କଚାଡ଼ିଲା ହାତୀ । ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି । ଗୁରୁତର ଗଜସାଥୀ ଜଣକ ହେଲେ ଦେଓଗାଁ ଥାନା ଅନ୍ତର୍ଗତ ଉଡାର ପଞ୍ଚାୟତ ଲୁହୁରେନପାଳି ଗାଁର ରବି ମାଝୀ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ସୂଚନା ଥାଉକି, ବଲାଙ୍ଗୀର ଦେଓଗାଁ ରେଞ୍ଜ ରାଏପାଲି ଅଞ୍ଚଳରେ ଦୀର୍ଘ ୧୫ ଦିନ ହେଲା ଦଶ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ହାତୀ ପଲ ବୁଲିବା ସହ ଏଠାରେ ଆତଙ୍କ ଖେଳାଇ ଚାଲିଛନ୍ତି । ଲୋକେ ଭୟଭୀତ ଥିବାବେଳେ ବନବିଭାଗ ତରଫରୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।

ହାତୀ ଘଉଡାଇବାକୁ ଗଜସାଥୀର ସହାୟତା ନିଆଯାଇଥିଲା । ତେବେ ହାତୀ ଗଜସାଥୀଙ୍କୁ ବି ଆଘାତ ଦେବାକୁ ଛାଡି ନଥିଲା । ବିଲରେ ଗଜସାଥୀଙ୍କୁ କଚାଡିଥିଲା । ଫଳରେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

you can also read....

wp:embed {"url":"https://www.prameyanews7.com/elephant-died-in-telokoi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elephant-died-in-telokoi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.