କେନ୍ଦୁଝର ତେଲକୋଇରେ ହାତୀ ଆତଙ୍କ : ବନବିହାରିପୁର ଗାଁରେ ବୁଲୁଛନ୍ତି ୮ ଟିକିଆ ହାତୀପଲ

Published By : Prameya-News7 Bureau | July 29, 2019 IST

କେନ୍ଦୁଝର ୨୯/୭: କେନ୍ଦୁଝର ଜିଲ୍ଲା ତେଲକୋଇ ଵନାଞ୍ଚଳ ଅଧୀନ ବନବିହାରୀପୁର ଗାଁରେ ହାତୀ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଥିଲେ ହାତୀ । ଦନ୍ତା ଘର ଭାଙ୍ଗିବା ବେଳେ ଦୁଇଭାଇ ଘରେ ଶୋଇ ଥିଲେ । ହାତୀ ଘରଭାଙ୍ଗିବା ଶବ୍ଦ ଶୁଣି ଜଣେ ସାହସ ଜୁଟାଇ ଅନ୍ୟଜଣଙ୍କୁ ଘର ଭିତରୁ ଟାଣି ଆଣିଥିଲେ ।

{"id":138422}

ଦୁଇଭାଇ ଅଳ୍ପକେ ବର୍ତ୍ତି ଯାଇଥିଲେ । ୮ଟିକିଆ ହାତୀ ଦଳରେ ଗୋଟିଏ ଦନ୍ତାହାତୀ ହାତୀ ସହିତ ୨ଟି ଛୁଆ ହାତୀ ଅଛନ୍ତି । ହାତୀପଲ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ସୂଚନା ଅନୁଯାୟୀ ତେଲକୋଇ ରେଞ୍ଜରେ ଏବେ ୪ଟି ଦଳରେ ୧୯ଟି ହାତୀ ଅଛନ୍ତି।

{"id":138423}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.