ଗାଁକୁ ଧସେଇ ପଶିଲେ ୨୨ଟିକିଆ ବଣୁଆ ହାତୀପଲ : ଜନଜୀବନ ଅସ୍ତବ୍ୟସ୍ତ
4/11/2019 at 9:59 AM

କେନ୍ଦୁଝର ୪/୧୧: କେନ୍ଦୁଝରର ସଦରର ଜାମୁନାଳିଆ ଗାଁକୁ ଧସେଇ ପଶିଛନ୍ତି ୨୨ଟିକିଆ ବଣୁଆ ହାତୀପଲ ।ଗତକାଲି ରାତି ପ୍ରାୟ ୨ଟା ସମୟରେ ଏକ ୨୨ଟିକିଆ ବଣୁଆ ହାତୀପଲ ଡମ୍ବ ଓ ଡିମିରିମୁଣ୍ଡା ସାହୀ ହୋଇ ମାଡି ଆସିଥିଲେ ଖୋଳପା ମୁଣ୍ଡା ସାହୀ ଆଡକୁ ।

ହେଲେ ସେଠାରେ ଚାଷ ହୋଇଥିବା ଲେମନ ଗ୍ରାସ ବିଲ ଦେଇ ହାତୀ ପଲ ଆସି ନପାରି ପୁଣି ଫେରି ଯାଇଥିଲେ । ହେଲେ ଶହ ଶହ ଲୋକ ହାତୀ ଙ୍କୁ ତଡୁଥିବାରୁ ହାତୀପଲ ଜୀବନ ବିକଳରେ ଲେମନ ଗ୍ରାସ ବିଲ ଠାରୁ କିଛି ଦୂର ରେ ଥିବା ଧାନ ବିଲ ଦେଇ ଜାମୁନାଳିଆ ଓ ନେଙ୍କଡାଘର ଜଙ୍ଗଲ ଭିତରକୁ ପଶିଯାଇଥିଲେ । ଏହି ହାତୀ ପଲ ଗତ କିଛି ଦିନ ହେବ ବେଲଦା , ଡିମିରିମୁଣ୍ଡା , ଡାବରଚୁଆ ଆଦି ଅଞ୍ଚଳରେ ବୁଲୁଥିଲେ । ଏବେ ଖୋଳପା , ଜାମୁନାଳିଆ , ନେଙ୍କଡାଘର , ତେନ୍ତିଳିନଣ୍ଡା ଆଦି ଅଞ୍ଚଳରେ ଏହି ହାତୀପଲ ଧାନ ଫସଲ ଖାଇଯିବା ସହ ପାଦରେ ଦଳି ଚକଟି ନଷ୍ଟ କରି ଚାଲିଛନ୍ତି।

ବନ ବିଭାଗ ହାତୀ ପଲଙ୍କ ଉପରେ କଡା ନଜର ରଖିବା ସହ ହାତୀ ପଲଙ୍କୁ ଗାଁଠାରୁ ଦୂରେଇ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ତା ସହ ଲୋକମାନେ ମଧ୍ୟ ହାତୀ ଙ୍କୁ ଟେକା ପଥର ମାରି ଉତ୍ତେଜିତ ନ କରିବାକୁ ବନ ବିଭାଗ ଲୋକଙ୍କୁ ସଜାଗ କରୁଛି ।