Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ହାତୀ ଆକ୍ରମଣରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା, ରୁଙ୍ଗଟା ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ

12/10/2022 at 10:20 AM

ଢେଙ୍କାନାଳ ୧୨/୧୦: କାରଖାନାରୁ କାମ ସାରି ଘରକୁ ଫେରୁଥିବା ବେଳେ ବାଟରେ ଗତ ରାତିରେ ହାତୀ କଚାଡି ମାରିଦେଲା । ଫଳରେ ରୁଙ୍ଗଟା କାରଖାନାର ଜଣେ ଶ୍ରମିକର ମୃତ୍ୟୁ ଘଟିଛି । ଯାହାକୁ ନେଇ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖାନାରେ ଉତ୍ତେଜନା ପ୍ରକାଶ ପାଇଛି ।

ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ମାନେ ରୁଙ୍ଗଟା କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଫାଟକ ସମ୍ମୁଖରେ ଶ୍ରମିକଙ୍କ ଶବ ରଖି ପ୍ରତିବାଦ ପ୍ରଦର୍ଶନ ଜାରି ରଖିଛନ୍ତି । ମୃତ ଶ୍ରମିକ ଜଣଙ୍କ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମର ଦଣ୍ଡଧର ସାହୁ । ସ୍ଥାନୀୟ ଝାଡ଼ବନ୍ଧ ଗ୍ରାମରେ ପରିବାର ସହ ରହି ରୁଙ୍ଗଟା କାରଖାନାରେ ଶ୍ରମିକ ଭାବେ କାମ କରନ୍ତି ।

ଗତକାଲି ମଙ୍ଗଳବାର ସେ କାରଖାନାରୁ କାମ ସାରି ରାତିରେ ଝାଡ଼ବନ୍ଧ ଫେରୁଥିବା ବେଳେ କାରଖାନା ଠାରୁ କିଛି ଦୂରରେ ତାଙ୍କୁ ହାତୀ କଚାଡି ମାରିଦେଇଥିବା ଜଣାପଡିଛି । ଫଳରେ ଆଜି ସକାଳୁ ସ୍ଥାନୀୟ ଲୋକମାନେ ମୃତଦେହ ରଖି ରୁଙ୍ଗଟା କାରଖାନା କୁ ଘେରାଉ କରିଛନ୍ତି । ଯାହା ଫଳରେ କାରଖାନାକୁ ଯିବା ଆସିବା ବନ୍ଦ ହୋଇଯାଇଛି ।

ଘଟଣାସ୍ଥଳରେ ସ୍ଥାନୀୟ ବାଲିମି ପୋଲିସ ପହଁଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା ଜାରିରଖିଛି । ସୂଚନା ଥାଉକି, ଏହି ଅଂଚଳରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ୫/୬ ଟି ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ ରାସ୍ତାକୁ ରୁଙ୍ଗଟା କାରଖାନା ଦାଖଲ କରିଛି । ବିକଳ୍ପ ଭାବେ ଜଙ୍ଗଲ ଭିତରେ ରାସ୍ତା ନିର୍ମାଣ କରୁଥିଲେ ମଧ୍ୟ ଆଲୋକିକରଣ କରିନଥିବାରୁ ହାତୀ ଉପଦ୍ରବର ଶିକାର ହେଉଛନ୍ତି । ଯାହାକୁ ନେଇ ପୂର୍ବରୁ ସ୍ଥାନୀୟ ଅଂଚଳବାସୀ ବିରୋଧ କରିଆସୁଛନ୍ତି ।

   Related Posts