ବଡ଼ମ୍ୱା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା; ୩ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ
19/08/2022 at 11:31 PM

ଆଠଗଡ଼ ୧୯/୦୮: ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ଜଡ଼ିତ ଥିବା ଆଉ ୩ ଜଣ ଶୀକାରିଙ୍କୁ ଆଠଗଡ଼ ବନ ଗିରଫ କରିଛି ବିଭାଗ। ଗିରଫ ଅଭିଯୁକ୍ତଙ୍କ ପରିଚୟ ବଡ଼ମ୍ବା ଥାନା ମହତାବନ୍ଧ ଗାଁର ନିର୍ମଳ ପ୍ରଧାନ, ମହେଶ୍ୱର ପ୍ରଧାନ ଏବଂ ଭିମ ବେହେରା ବୋଲି ଜଣାପଡ଼ିଛି। ଏହି ସମସ୍ତ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।
ବିଭାଗୀୟ ସୂଚନା ଅନୁସାରେ ବଡ଼ମ୍ବା ରେଞ୍ଜ୍ର ଗୋପପୁର ସଂରକ୍ଷିତ ଜଙ୍ଗଲରୁ ଗତ ଜୁନ ୨ ତାରିଖରେ ଏଟିଏଫ ଏକ ହାତୀ କଙ୍କାଳ ଠାବ କରିଥିଲା। ଏହି ମାମଲାରେ ଗିରଫ ଅଭିଯୁକ୍ତମାନେ ସମ୍ପୃକ୍ତ ଥିଲେ ବୋଲି ଆଠଗଡ଼ ବନ ଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023