ପରିତ୍ୟକ୍ତ କୂଅରେ ପଡିଲା ଦନ୍ତା, ଉଦ୍ଧାର କଲା ବନ ବିଭାଗ

Published By : Prameya-News7 Bureau | October 08, 2021 IST

ଢେଙ୍କାନାଳ ୮।୧୦: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅଧୀନରେ ଥିବା ଖଳିବୋରେଇ ସେକ୍ସନ ବିମ୍ବୋରୀ ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ଏଜ ଦନ୍ତା ହାତୀ ପଡିଯାଇଥିଲା । ଖବର ପାଇ ବନ ବିଭାଗ ପକ୍ଷରୁ ଏକ ପ୍ରୋକ୍ଲିନ ମାଧ୍ୟମରେ ଦନ୍ତା ହାତୀକୁ ଉଦ୍ଧାର କରିଛନ୍ତି । ଫଳରେ ଦନ୍ତା ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଥିବା ଜଣାପଡିଛି ।

ଶୁକ୍ରବାର ଭୋର ସମୟରେ ଦଳବଦ୍ଧ ହୋଇ ଯାଉଥିବା ଏକ ହାତୀ ପଲ ମଧ୍ୟରୁ ଏହି ଦନ୍ତା ହାତୀ କୂଅରେ ପଡ଼ି ଯାଇଥିଲା । ଫଳରେ ଜୋର୍ ଗର୍ଜନ କରିଥିଲା । ଗାଁ ଲୋକେ ଆତଙ୍କିତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ଦୀର୍ଘ ୩ ଘଣ୍ଟା ଧରି ପ୍ରୋକ୍ଲିନ ମାଧ୍ୟମରେ କୂଅକୁ ଭାଙ୍ଗି ଦନ୍ତା ହାତୀକୁ ଉଦ୍ଧାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.