କୂଅରେ ଖସି ପଡିଲା ହାତୀ: ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ହେଲା ଉଦ୍ଧାର
28/11/2020 at 3:30 PM

ରାଇରଙ୍ଗପୁର ୨୮/୧୧: ଏକ ଦୁଃଖଦ ଘଟଣା ଘଟିଛି। ଗଭୀର କୂଅ ଭିତରୁ ଏକ ହାତୀକୁ ଉଦ୍ଧାର କରାଯାଇଛି। ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବହଳଦା ରେଞ୍ଜର ତରିଙ୍ଗ ବିଟ୍ ବଡ ଭୁଣ୍ଡୁ ଗାଁ ନିକଟରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ ତିରିଙ୍ଗ ବିଟ୍ ଅଞ୍ଚଳରେ ଆଠ ଟିକିଆ ହାତୀ ବୁଲୁଥିବା ସମୟରେ ଏହି ଅଘଟଣ ଘଟିଥିଲା।
ବହଳଦା ରେଞ୍ଜର ମାନସ ମହାନ୍ତଙ୍କ ସମେତ ବିନ ବିଭାଗର କିଛି କର୍ମଚାରୀ ନିରୀକ୍ଷଣ ପାଇଁ ଯାଇଥିଲେ। ସେଠାରେ ବୁଲିବା ସମୟରେ କୂଅରେ ହାତୀଟି ପଡିଯାଇଥିବା ଦେଖିଥିଲେ। ଡ୍ରୋଜର ମାଧ୍ୟମରେ ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ହାତୀଟିକୁ ଉଦ୍ଧାର କରାଯାଇଥିଲା। ବନ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀଟି ଉଦ୍ଧାର ହୋଇଥିଲା।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023