ବାଂଶପାଳ ବିଜେପି ରେଞ୍ଜରେ ହାତୀ ଅସୁସ୍ଥ, ଜଙ୍ଗଲରେ ଘୁରି ବୁଲୁଛି ଦନ୍ତା
23/06/2022 at 1:20 PM

ବାଂଶପାଳ ୨୩/୦୬: କେନ୍ଦୁଝର ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଲୁଣଘର ଜଙ୍ଗଲରେ ପୁଣି ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଜଙ୍ଗଲରେ ଘୁରି ବୁଲୁଛି । ଲୁଣଘର ଜଙ୍ଗଲରେ ୬ ଟିକିଆ ହାତୀ ପଲ ଙ୍କ ଠାରୁ ଦନ୍ତା ହାତୀ ଟି ଅସୁସ୍ଥ ହୋଇ ଅସ୍ୱାଭାବିକ ଭାବେ ଚାଲୁଥିବା ବେଳେ ଜଙ୍ଗଲ ରେ ବେଳେ ବେଳେ ଶୋଇ ରହୁଥିବା ଜଣାପଡିଛି ।
ଦନ୍ତା ହାତୀଟି ଏକୁଟିଆ ଘୁରି ବୁଲୁଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀଟି ଅସୁସ୍ଥ ହେବା ଜାଣିବା ପରେ ବନବିଭାଗ ନଜର ରଖିଛି । ହାତୀଟି ଗତକାଲି ଠାରୁ ଅସୁସ୍ଥ ହୋଇ ଜଙ୍ଗଲରେ ଘୁରିବୁଲୁଥିବା ବେଳେ ଜଙ୍ଗଲରେ ହାତୀଟିକୁ ବନବିଭାଗ ଟିମ୍ ନଜର ରଖିଛି ବୋଲି ବିଜେପି ରେଞ୍ଜର ରେଞ୍ଜର ମାନସ କୁମାର ମୁର୍ମୁ କହିଛନ୍ତି ।