ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପାଟଣା ରେଞ୍ଜ ଛାଡିଲେ ୨୨ଟିକିଆ ହାତୀପଲ, ୫ ଦିନ ଧରି ମଚାଇଥିଲେ ଉପଦ୍ରବ

3/09/2022 at 10:47 AM

ପାଟଣା ୦୩/୦୯: ଏକ ସପ୍ତାହ ଧରି ପାଟଣା ରେଞ୍ଜରେ ବ୍ୟାପକ କ୍ଷୟକ୍ଷତି କରିଥିବା ୨୨ ଟିକିଆ ହାତୀପଲ ବିଳମ୍ବିତ ରାତିରେ ପାଟଚଣ ରେଞ୍ଜ ଛାଡିଛନ୍ତି । ବନବୀର ନିକଟରେ ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲାର ଠାକୁର ମୁଣ୍ଡା ରେଞ୍ଜକୁ ପ୍ରବେଶ କରିଛନ୍ତି ।

ଏହି ହାତୀପଲ ଏକ ସପ୍ତାହ ଧରି ପାଟଣା ରେଞ୍ଜ ଅଞ୍ଚଳରେ ବ୍ୟାପକ ଧାନ ଓ ବୋଇତାଳୁ ଚାଷ ନଷ୍ଟ କରିବା ସହ ପାଟଣା ରେଞ୍ଜ ଅଞ୍ଚଳରେ ୫ଟି ଘର ଭାଙ୍ଗିଛନ୍ତି । ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ଖୁବ ଶୀଘ୍ର କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି ।

   Related Posts