ନୀଳଗିରିବାସୀଙ୍କୁ ଘାରିଲାଣି ଝାଡଖଣ୍ଡ ହାତୀପଲଙ୍କ ଭୟ, ଦନ୍ତା ହାତୀ ଆସି ଯାଇଛି, ଦଳବଳ ଧରି ଆସିବ
31/10/2020 at 8:34 PM

ନୀଳଗିରି,୩୧|୧୦ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଶତାଧିକ ଝାଡଖଣ୍ଡୀ ହାତୀ ପସି ଆସିବାର ସୂଚନା ମିଳିଛି। ପ୍ରତ୍ୟେକ ବର୍ଷ ଭଳି ଝାଡ଼ଖଣ୍ଡୀ ହାତୀ ଆସିବା ପୂର୍ବରୁ ଦନ୍ତା ହାତୀ ଆସି ଫେରିବା ପରେ ହାତୀପଲ ଏକତ୍ରିତ ହୋଇଥାନ୍ତି। ଅନୁରୂପ ଭାବେ ଶନିବାର ଏକ ଝାଡ଼ଖଣ୍ଡୀ ଦନ୍ତାହାତୀ ମୟୁରଭଞ୍ଜ ଜିଲ୍ଲା ପାର୍ ହୋଇ ଭୋର ନୀଳଗିରି ଅଂଚଳକୁ ପଶିଛି।
ପୁଣି ନୀଳଗିରି ଅଂଚଳରୁ ଫେରିବା ପରେ ଶତାଧିକ ହାତୀ ନୀଳଗିରି ଆସିବାର ସୂଚନା ମିଳିଛି।ଏବେ ଧାନ ଅମଳ ହୋଇନଥିବା ବେଳେ ଯଦି ହାତୀ ପଲ ଆସନ୍ତି ତାହେଲେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ସୂଚନାମିଳିଛି।