ଦେବଗଡରେ ହାତୀ ଉପଦ୍ରବ: ରାତିରେ ବେଶି ମାତୁଛନ୍ତି, ଯେତିକି ଖାଉଛନ୍ତି ସେତିକି ନଷ୍ଟ କରୁଛନ୍ତି କ୍ଷେତ

Published By : Prameya-News7 Bureau | November 16, 2021 IST

ଦେବଗଡ ୧୬/୧୧: ଦେବଗଡ ତିଲେଇବଣୀ ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମ ପଞ୍ଚାୟତରେ ଥମୁନି ହାତୀପଲଙ୍କ ଉପଦ୍ରବ । ଗତ ଅକ୍ଟୋବର ମାସରୁ ଏଠାରେ ହାତୀପଲ ବ୍ୟାପକ ଉପଦ୍ରବ କରିବା ସହ ଫସଲ ନଷ୍ଟ କରୁଛନ୍ତି । ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ବଢିଥିବା ବେଳେ ଏହି ହାତୀ ପଲ ଏବେ ସୁଗୁଡା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ସଂଘବଦ୍ଧ ଭାବେ ଚାଷଜମିରେ ପଶି ଅମଳକ୍ଷମ ଧାନଫସଲ ଖାଇବା ସହ ମାଡିଦଳି ନଷ୍ଟ କରିଦେଉଛନ୍ତି ।

wp:gallery {"ids":[544548],"linkTo":"none"} /wp:gallery

ହାତୀପଲରେ ପ୍ରାୟ ୪୦ ଟି ହାତୀ ଅଛନ୍ତି । ସନ୍ଧ୍ୟା ହେଲେ ଜମିକୁ ଆସି ଧାନ ଖାଉଥିବା ବେଳେ ସକାଳ ହେଲେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଉଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀମାନେ ଉଚ୍ଚ କ୍ଷମତାସମ୍ପର୍ଣ୍ଣ ଫୋକ୍ସଲାଇଟ, ସାଇରନ, ମଶାଲ ଧରି ବୁଲିବା ସହ ବାଣଫୁଟାଇ ଜଙ୍ଗଲ ମଧ୍ୟକୁ ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ସୁଗୁଡା ଗ୍ରାମବାସୀମାନେ ମଧ୍ୟ ନିଜ ଜୀବନ କୁ ବାଜି ଲଗାଇ ଫସଲ ସୁରକ୍ଷା ପାଇଁ ହାତୀ ମାନଙ୍କୁ ଘଉଡାଇବାରେ ଲାଗିଛନ୍ତି ।

ଗ୍ରାମର ପୁରୁଷ ମହିଳା ସମସ୍ତେ ରାତି ଉଜାଗର ରହି ନିଜ ଫସଲକୁ ରକ୍ଷା କରିବାକୁ ଚେଷ୍ଟା କରୁକରୁଛନ୍ତି । ହାତୀଙ୍କ ଯୋଗୁଁ ଚଳିତ ବର୍ଷ ସଂପୃକ୍ତ ଅଞ୍ଚଳର ଚାଷୀ ନିଜ ଜମିରୁ ଧାନ ଅମଳ ଆଶା ଛାଡିସାରିଲେଣି । ଏଭଳି ସ୍ଥିତିରେ ସରକାରୀ ସାହାଯ୍ୟ ଚାଷୀମାନଙ୍କ ପାଇଁ ଏକମାତ୍ର ଭରସା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.