ପୋଖରୀରେ ଫସିଲା ହାତୀ, ପାଣି ପିଇବାକୁ ଆସି ଖସିପଡିଲା ଦନ୍ତା

Published By : Prameya-News7 Bureau | October 24, 2022 IST

କଳାହାଣ୍ଡି ୨୪/୧୦: ପାଣି ପିଇବାକୁ ଆସି ଫସିଗଲା ଦନ୍ତା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ରେଞ୍ଜର କିଡିଂ ଗାଁର ପୋଖରୀ ଭିତରେ ଏକ ଦନ୍ତା ହାତୀ ଫସି ରହିଥିବା ଦେଖିବାକୁ ମିଳିଛି ।

ଗତକାଲି ରାତିରେ ପାଣି ପିଇବାକୁ ଆସ ହାତୀଟି ପୋଖରୀ ଭିତରେ ପଡି ଯାଇଥିବା ସ୍ଥାନୀୟ ଲୋକେ କହୁଛନ୍ତି । ପୋଖରୀଟି ଗଭୀର ଥିବାରୁ ସେ ବାହାରି ପାରୁନି । କିନ୍ତୁ ସେ ନିଜକୁ ପୋଖରୀରୁ ବାହାର କରିବା ପାଇଁ ଅନବରତ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଖବର ପାଇ ବିଶ୍ୱନାଥପୁର ରେଞ୍ଜର ଟିମ ସହ ଘଟଣାସ୍ଥଳକୁ ଯାଇ ହାତୀଟିକୁ ଉଦ୍ଧର କରିବା ପାଇଁ ଚେଷ୍ଟା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.