ଟ୍ରାଙ୍କୁଲାଇଜ୍ ହେଲା ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ, ଆଠଗଡ଼ ରେଞ୍ଜ ଖୁଣ୍ଟୁଣି ଅଭିମୁଖେ ହାତୀ

Published By : Prameya-News7 Bureau | September 29, 2022 IST

ଚୌଦ୍ୱାର ୨୯।୦୯ : ଟ୍ରାଙ୍କୁଲାଇଜ୍‌ ହେଲା  ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ । ଏହାପରେ ହାତୀ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି। ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ।

ଖବର ଅନୁଯାୟୀ,  ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ l ବୁଧବାର ହାତୀଟିକୁ ନିସ୍ତେଜ୍ କରାଯାଇଥିଲେ ମଧ୍ୟ ରାତି ଏବଂ ଜନଗହଳି ପାଇଁ ହାତୀଟିକୁ ସ୍ଥାନାନ୍ତର କରାଯାଇପାରିନଥିଲା। ସେଥିପାଇଁ ପୁଣି ଗୁରୁବାର ସକାଳୁ ହାତୀଟିକୁ ଦୁଇଟି ଟ୍ରାଙ୍କୁଲାଇଜ କରାଯାଇ ବେହୋସ୍ କରାଯାଇଥିଲା। ହାତୀଟି ବେହୋସ୍ ହେବାପରେ ତାକୁ ବେଲ୍ଟ ସହାୟତାରେ ବାନ୍ଧି ହାଇଡ୍ରା ଓ ଜେସିବି ଜରିଆରେ ହାଇୱା ଉପରକୁ ଉଠାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞ ଟିମ୍, ଚନ୍ଦକା ଡିଏଫଓ, କଟକ ବନ ବିଭାଗ ଓ ଫୁଲନଖରା ରେଞ୍ଜର, ଜଗତପୁର ପୋଲିସ ର ଉଦ୍ୟମରେ ହାତୀଟିକୁ ଉଦ୍ଧାର କରାଯାଇ ଆଠଗଡ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟୁଣିରେ ଛଡ଼ାଯିବ ବୋଲି କହିଛନ୍ତି କଟକ ଏସି ଏଫ୍ ଅନନ୍ତ କୁମାର ପ୍ରଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.