ଶୋଇଥିବା ବେଳେ ଘର ଭାଙ୍ଗିଲେ ହାତୀ, ମହିଳାଙ୍କୁ କଚାଡି ମାରିଲେ

Published By : Prameya-News7 Bureau | January 12, 2022 IST

କାମାକ୍ଷାନଗର ୧୨/୦୧: ଶୋଇଥିବା ବେଳେ ଆକ୍ରମଣ କଲା ହାତୀ । ଜୀବନ ହାରିଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମହାବିରରୋଡ ରେଞ୍ଜ ମୋହନପଶି ଗ୍ରାମରେ । ମୃତ ମହିଳା ହେଲେ ସୁକାନ୍ତି ହେମ୍ବ୍ରମ ।

ସୂଚନାନୁସାରେ, ଦୀର୍ଘଦିନ ଧରି ମହାବିରରୋଡ ରେଞ୍ଜରେ ହାତୀ  ଉପଦ୍ରବ ଲାଗି ରହିଛି । ମଙ୍ଗଳବାର କିଛି ଜଙ୍ଗଲି ହାତୀ ଗାଁ ମୁହାଁ ହୋଇଥିଲେ ।  ସୁକାନ୍ତି ହେମ୍ର୍ବମ ଓ ତାଙ୍କ ସ୍ବାମୀ ମଧୁ ହେମ୍ବ୍ରମ  ଘରେ ଶୋଇ ଥିବା ବେଳେ ହାତୀ ପ୍ରଥମେ ସେମାନଙ୍କ ଘର ଭାଙ୍ଗି ଦେଇଥିଲେ । ସ୍ବାମୀ ନିଜର ଜୀବନ ବଞ୍ଚାଇ ଦୌଡି ପଳାଇଥିବା ବେଳେ ସୁକାନ୍ତି ହାତୀ ହାବୁଡରେ ପଡିଯାଇଥିଲେ ।

ଫଳରେ ହାତୀ ତାଙ୍କୁ ଶୁଣ୍ଡରେ ଟେକି କଚାଡି ଦେଇଥିଲା।  ଘଟଣା ସ୍ଥଳରେ ସୁକାନ୍ତିଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ନିକଟସ୍ଥ ଜଙ୍ଗଲକୁ ଘଉଡାଇବା ସହ ଅଧିକ  ତଦନ୍ତ  ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.