Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ହାତୀ ଜଗିଛି ଥର୍ମାଲ୍ ଡ୍ରୋନ୍, ରାତିରେ ଗତିବିଧି ଏବଂ ଦୁର୍ଘଟଣା ରୋକିବାକୁ ପ୍ରୟାସ

14/03/2023 at 11:10 AM

କେନ୍ଦୁଝର ୧୪।୦୩:  ହାତୀ ଜଗିଛି ଥର୍ମାଲ୍ ଡ୍ରୋନ୍। ରାତିରେ ହାତୀଙ୍କ ଚଲାପଥ ଅନୁଧ୍ୟାନ। ହାତୀଙ୍କ ଗିତିବିଧି ଉପରେ ନଜର ରଖିବାକୁ ବନ ବିଭାଗର ପ୍ରୟାସ। ରାତିରେ ହାତୀଙ୍କ ଗତିବିଧି ଓ ହାତୀ ଜନିତ ଦୁର୍ଘଟଣା ରୋକିବାକୁ ନୂତନ ପ୍ରୟାସ । ଥର୍ମାଲ ଡ୍ରୋନ୍ ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ରଖାଯାଉଛି ନଜର ।

ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ବ୍ୟବହାର କରୁଛି ଥର୍ମାଲ ଇନଫ୍ରା ରେଡ୍ ଡ୍ରୋନ୍।  କେନ୍ଦୁଝର ବନଖଣ୍ଡରେ ଥିବା ୭ଟି ରେଞ୍ଜ ହାତୀ ପ୍ରବଣ। ଫଳରେ ବିଭିନ୍ନ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଲାଗି ରହୁଛି । କେତେ ବେଳେ ହାତୀ ମରୁଛି ତ କେତେବେଳେ ମଣିଷ ଜୀବନ ଯାଉଛି ।

ଅନେକ ସମୟରେ ଅଘଟଣ ଘଟୁଛି। ଏପରିକି ହାତୀର ଗତିବିଧି ମଧ୍ୟ ରାତିରେ ଜଣା ପଡିବା କଷ୍ଟକର ହୋଇପଡ଼େ। ଏଣୁ ଏ ସବୁକୁ ରୋକିବାକୁ ବନ ବିଭାଗ ଏବେ ନୂତନ ପ୍ରୟାସ ଆପଣେଇଛି। ଏହାର ପ୍ରଥମେ ଗତ ୨୦୨୨ ଡିସେମ୍ବର ୩ ତାରିଖରେ ଚମ୍ପୁଆ ରେଞ୍ଜରେ ହୋଇଥିଲା । ଏଥିସହ ପାଟଣା ଓ ଘଟଗାଁ ରେଞ୍ଜରେ ମଧ୍ୟ ରାତିରେ ହାତୀର ଗତିବିଧିକୁ ନେଇ ସଫଳ ପରୀକ୍ଷା କରାଯାଇଛି। ଏହା ଏବେ ହାତୀ ମଣିଷଙ୍କ ଲଢେଇରେ ରୋକ ଲଗାଇବାରେ ବେସ ସକ୍ଷମ ହୋଇଛି ।

   Related Posts