Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ମୁଜାଗଡ଼ ରେଞ୍ଜରେ ପୁଣି ଏକ ହାତୀର ମୃତଦେହ ଠାବ

15/03/2023 at 1:00 PM

ଭଞ୍ଜନଗର ୧୫।୦୩ : ପୁଣି ଏକ ହାତୀର ମୃତଦେହ ଠାବ । ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜରେ ଏକ ହାତୀର ମୃତଦେହ ଠାବ ହୋଇଛି । ତିଲିକି ଗାଁ ନିକଟ ଜଙ୍ଗଲରୁ ମିଳିଲା ମାଈ ହାତୀର ମୃତଦେହ ।  ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହପିରି କିଛି ଦିନ ତଳେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗମ୍ଭାରୀଗୋଚ୍ଛା ନିକଟରେ ହାତୀର ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗର ଅଧିକାରୀମାନେ ଅନୁଧ୍ୟାନ ଜାରି ରଖିଛନ୍ତି । ଏବେ ସୁଦ୍ଧା ହାତୀ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନାହିଁ ।

ସୂଚନାଯୋଗ୍ୟ ଯେ, ଲଗାତର ଭାବେ ଗତ କିଛି ଦିନ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡ  ଅଧିନରେ ଦୁଇଟି ହାତୀର ମୃତ୍ୟୁ ହୋଇସାରିଲାଣି । ବନବିଭାଗରେ ଘଟଣାରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

   Related Posts