LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୂଳଡିହାରେ ହାତୀ ମୃତ୍ୟୁ : ବନ ଅଧିକାରିଣୀଙ୍କୁ ପୁରସ୍କାର ମିଳିବା ନେଇ ଉଠିଲା ପ୍ରଶ୍ନ, ମନୋନୟନ ପ୍ରକ୍ରିୟାକୁ ସନ୍ଦେହ

24/03/2023 at 5:39 PM

ନୀଳଗିରି ୨୪।୩: ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁ ପରେ ଘଟଣାଟି ଏବେ ଅଧିକ ଜଟିଳ ହୋଇଛି । ଏବେ ଯାଏଁ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲେ ବି ଦନ୍ତା ହାତୀର ଦାନ୍ତ ଚୋରି ଘଟଣାକୁ ଆହୁରି ରହସ୍ୟମୟ କରିଛି । ହାତୀକୁ ଗୁଳିବିଦ୍ଧ ହୋଇଥିବା ବେଳେ ଦାନ୍ତ ଦୁଇଟିକୁ ଶିକାରୀ ଲୁଟି ନେଇଥିବା ଜଣାପଡ଼ିଛି । ତେବେ ଗୋଟିଏ ବର୍ଷରେ ଅଭୟାରଣ୍ୟ ଭିତରେ ୭ଟି ହାତୀ ମରିବା ପରେ କୂଳଡିହା ରେଞ୍ଜର ଓ ସ୍ଥାନୀୟ ଫରେଷ୍ଟରଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି । ବାରମ୍ବାର ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଧିନରେ ହାତୀ ମୃତ୍ୟୁ ବୃଦ୍ଧି ହେଉଥିବା ବେଳେ ବିଟ୍ ଅଧିକାରିଣୀଙ୍କୁ ବିଶ୍ୱ ବନ ଦିବସରେ ସମ୍ମାନୀତ କରିବା ଘଟଣାକୁ ନେଇ ଆରମ୍ଭ ହୋଇଛି ତୁମ୍ବିତୋଫାନ ।

ସୂଚନାଯୋଗ୍ୟ ଯେ, ନୀଳଗିରି କୁଳଡିହା ଅଭୟାରଣ୍ୟ କଳମା ଚତୁରୀ ନିକଟରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହାତୀକୁ ଗୁଳିବିଦ୍ଧ ହୋଇଥିବା ଅଭିଯୋଗ ଉଠିଛି । ଦାନ୍ତ ଦୁଇଟିକୁ ଶିକାରୀ କାଟି ନେଇଥିବା ଜଣାପଡ଼ିଛି । ଡିଏଫଓ ତଦନ୍ତ କରି ଫେରିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କରିବ ଭୁବନେଶ୍ୱର  ସ୍ପେଶାଲ ଟାସ୍କ ଫୋର୍ସ ବୋଲି ଜଣାପଡ଼ିଛି । ତେବେ ଘଟଣା ବହୁ ଜଟିଳ ହୋଇଥିବା ଜଣାପଡିଛି ।

ତେବେ ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଧୀନରେ ବର୍ଷରେ ୫ଟି ହାତୀ ମରିଥିବା ବେଳେ ସେହି ଫରେଷ୍ଟରଙ୍କୁ ଶ୍ରେଷ୍ଠ ଅଧିକାରୀ ଭାବେ ରାଜ୍ୟରେ ବିଶ୍ୱ ବନ ଦିବସରେ ସମ୍ମାନ ଦେବା ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି ।  ଯେଉଁ ଅଧିକାରୀ ତାଙ୍କ ନାଁ ସୁପାରିଶ କରିଛନ୍ତି ତାଙ୍କୁ ନେଇ ମଧ୍ୟ ଅଞ୍ଚଳରେ ତୁମ୍ବିତୋଫାନ ଉଠିଛି । ତେବେ ହାତୀ ମୃତ୍ୟୁ ଓ ବନ ଅଧିକାରିଣୀଙ୍କୁ ସମ୍ମାନୀତ କରିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି ।

ତେବେ ବନ ବିଭାଗ ପଶୁ ଚିକିତ୍ସା ଅଧିକାରୀଙ୍କୁ ନେଇ ପୋଷ୍ଟ ମର୍ଟମ ପାଇଁ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିବା ବେଳେ ଆରସିସିଏଫ ମଧ୍ୟ ତଦନ୍ତ କରୁଛନ୍ତି ।

   Related Posts