ହାତୀ ମୃତ୍ୟୁ ସମ୍ପର୍କିତ ଜନସ୍ୱାର୍ଥ ମାମଲା, କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | October 20, 2022 IST

କଟକ, ୨୦/୧୦: ହାଇକୋର୍ଟରେ ହାତୀ ମୃତ୍ୟୁ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ଜେଟିଏସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସତ୍ୟପାଠ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ହାତୀ ମୃତ୍ୟୁ ଉପରେ ରୋକ ଲାଗିପାରୁନି ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଏବେ ସୁଦ୍ଧା, କେତେ ହାତୀ ଶିକାରୀ ଗିରଫ ହେଲେଣି ଏହି ସତ୍ୟପାଠ ଜରିଆରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.