ତୀରମାଡ଼ରେ ମାଈହାତୀ ମୃତ୍ୟୁ ଘଟଣା: ବନବିଭାଗର ତନାଘନା, ଶିକାରରେ ବ୍ୟବହୃତ ସରଞ୍ଜାମ ସହ ୪ଗିରଫ

Published By : Prameya-News7 Bureau | November 15, 2022 IST

ତେଲକୋଇ, ୧୫/୧୧: ତୀରମାଡରେ ମାଈହାତୀର ମୃତ୍ୟୁ ଘଟଣାରେ ବନବିଭାଗର ତନାଘନା । ତୀରମାଡରେ ମାଈହାତୀ ସହିତ ପେଟରେ ଥିବା ହାତୀଶାବକର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ତାଳପଦା ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତେଲକୋଇ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଇ ଘଟଣାରେ ସଂପୃକ୍ତ ଶିକାରୀଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ମାଷ୍ଟର ପ୍ଲାନ ତିଆରି କରାଯାଇ ଚଢ଼ାଉ ଜାରି ରହିଛି ।

ତୀରମାଡ କରିଥିବା ଶିକାରୀକୁ ଧରିବା ପାଇଁ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଏସିଏଫ ଘନଶ୍ୟାମ ମହାନ୍ତଙ୍କ ତତ୍ତ୍ୱାବଧାନରେ ତେଲକୋଇ ରେଞ୍ଜର ଶିବାଜୀ ରାଓ ଓ ଅନ୍ୟ ଫରେଷ୍ଟରଙ୍କ ସହିତ ବନକର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ଏହି ଚଢ଼ାଉରେ ୪ଜଣଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ, ଧନୁତୀର, ଜିଆଇ ତାର ଆଦି ଜବତ କରାଯାଇ ତଦନ୍ତ ଆରମ୍ଭ କରିଛି ବନବିଭାଗ ।

{"id":709604,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ ଶିମିଳିପାଳ ଗ୍ରାମର ଚଗୁଲୁ ପାତ୍ର ଠାରୁ ଧନୁତୀର ଓ ଦେଶୀ ବନ୍ଧୁକ ଜବତ ହୋଇଥବା ବେଳେ ରାଣିବଡା ଗାଁର ସୁମନ୍ତ ଶବର ଠାରୁ ବନ୍ଧୁକ ଜବତ କରାଯାଇଛି । ଅନ୍ୟ ଦୁଇଜଣ ନିରଞ୍ଜନ ପାତ୍ର ଓ ନୟନ ପାତ୍ରଙ୍କଠାରୁ ବନ୍ୟଯନ୍ତୁ ଶିକାରରେ ବ୍ୟବହୃତ ସରଞ୍ଜାମ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.