ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | November 30, 2020 IST

ସମ୍ବଲପୁର ୩୦।୧୧: ସମ୍ବଲପୁରରେ ଦନ୍ତା ହାତୀର ମୃତ୍ୟୁ । ସମ୍ବଲପୁର ବନ ବିଭାଗ ସଦର ରେଞ୍ଜ ତଥା ଜୁଜୁମୁରା ବ୍ଲକ ଯାଦୁଲୋଇସିଙ୍ଗ ଜଙ୍ଗଲରେ ଏକ ଦନ୍ତା ହାତୀ ମୃତ ହୋଇଛି । ମୄତ ହାତୀର ବୟସ ପାଖାପାଖି ୧୩ ବର୍ଷ ହୋଇଥିବା ଜଣାପଡିଛି । ତେବେ ମୃତ ହାତୀକୁ ଯାଦୁଲୋଇସିଙ୍ଗ ଗ୍ରାମର ଲୋକେ ସୋମବାର ସକାଳେ ଦେଖିବା ପରେ ବନ ବିଭାଗ ଖବର ଦେଇଥିଲେ । ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଜଙ୍ଗଲରେ ବାରାହ ଶୀକାର ପାଇ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିବା ବାରମ୍ବାର ଅଭିଯୋଗ ହେଉଥିଲା । ତେବେ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଯାଦୁଲୁଇସିଙ୍ଗ ହାତୀର ମୄତ୍ୟୁ ହୋଇଥିବା ସ୍ଥଳରେ ସମ୍ବଲପୁର ଡିଏଫଓଙ୍କ ସମେତ ଏସସିଏଫ ପହଞ୍ଚି କେଉଁ ପରିସ୍ଥିତିରେ ହାତୀର ମୄତ୍ୟୁ ହେଲା ସେ ନେଇ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିବା ସହ ଏନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.