ହାତୀ ଶାବକର ମୃତଦେହ ଉଦ୍ଧାର, କାଦୁଅରେ ପଶି ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | December 19, 2020 IST

କଣ୍ଟାବାଞ୍ଜି ୧୯।୧୨: ଗତ ଏକ ମାସରୁ ଅଧିକ ହେବ ତୁରେକେଲା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗାଁରେ ୩୦ ଟିକିଆ ହାତୀପଲ ରାତି ସମୟରେ ପଶି ବ୍ୟାପକ ଚାଷ ନଷ୍ଟ କରି ଆସୁଛନ୍ତି । ଏହି ହାତୀପଲରେ ୬ଟି ଶାବକ ଥିବାବେଳେ ଗୋଟିଏ ଶାବକର ମୃତଦେହ ଡୁମେରଚୁଆ ଡ୍ୟାମ୍ କାଦୁଅ ପାଣିରେ ପଡିଥିବା ଦେଖିବାକୁ ମିଳିଥିଲା ।

ଶୁକ୍ରବାର ରାତିରେ ହାତୀପଲ ଡୁମେରଚୁଆ ଗାଁକୁ ପଶି ଆସିଥିବା ବେଳେ ବନ ବିଭାଗ ତାକୁ ଘଉଡାଇଥିଲା । ହାତୀପଲ ଡୁମେରଚୁଆ ଡ୍ୟାମ୍ ପାଖକୁ ଚାଲି ଆସିଥିଲେ । ସବୁଠୁ ସାନ ହାତୀ ଶାବକ କାଦୁଅରେ ପଶି ଯାଇଥିଲା । ତାକୁ ଅନ୍ୟ ହାତୀମାନେ ଉଦ୍ଧାର କରିବା ସମୟରେ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.