ଦନ୍ତା ହାତୀର ମୃତଦେହ ଠାବ, ଶିକାର କରି ଦାନ୍ତକୁ କାଟି ନେଇଥିବା ସନ୍ଦେହ

Published By : Prameya-News7 Bureau | February 15, 2020 IST

ଭଞ୍ଜନଗର ୧୫।୨: ଗଞ୍ଜାମ ଜିଲ୍ଲା ତାରଶିଂଗ ବନାଞ୍ଚଳ ବଡ଼ଗୁଣ୍ଡୁରିବାଡ଼ି ଗ୍ରାମ ନିକଟ ଏକ ଅଝଡ଼ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ହାତୀଟିକୁ କିଛି ଦିନ ତଳେ ଶିକାର କରି ତାର ଦାନ୍ତକୁ କାଟି ନେଇ ଥିବା ଜଣାପଡୁଛି । ହାତୀଟି ପଚିଶଡ଼ି ଯାଇ ଥିବାରୁ ବନ ବିଭାଗ ପକ୍ଷରୁ ମୃତ୍ୟୁର ସଠିକ୍ କାରଣ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ହାତୀର ମୃତଦେହ ଦେଖି ପ୍ରଥମେ ଗାଁ ଲୋକ ବନବିଭାଗକୁ ଜଣାଇଥିଲେ ।

ଏକ ମାସ ପୂର୍ବରୁ ମଧ୍ୟ ଶିକାରି ଗୁଳିରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ବନବିଭାଗ ସଠିକ ପାଟ୍ରୋଲିଂ କରୁନଥିବାରୁ ଏପରି ମୂଲ୍ୟବାନ ଜନ୍ତୁଙ୍କର ଅକାଳରେ ମୃତ୍ୟୁ ହେଉଛି। ତେବେ ବନ ବିଭାଗ ଏ ଘଟଣାର ତଦାରଖ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.