ଭଞ୍ଜନଗର ୪।୧୨: ଅଣ୍ଡିରା ହାତୀର ମୃତଦେହ ଠାବ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ ରମ୍ଭା ସେକ୍ସନ ଦୁର୍ଗାପ୍ରସାଦ ଜଙ୍ଗଲରେ ଗୋଟିଏ ୧୦ ବର୍ଷର ଅଣ୍ଡିରା ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ବିଦ୍ୟୁତ ଆଘାତରେ କିମ୍ବା କୌଣସି କୀଟନାଶକ ଔଷଧ ପ୍ରୟୋଗ ଦ୍ବାରା ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉତ୍ତର ଘୁମୁସର ଡିଏଫଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ରାଜସ୍ଥାନରୁ ଆସିଛି ଦାମୀ ମଇଁଷି, ୩୬ ଲକ୍ଷର ଭୀମ ଜନ୍ମ...
