ହିନ୍ଦୋଳ ବନାଞ୍ଚଳରୁ ପୁଣି ଏକ ହାତୀର ମୃତଦେହ ଠାବ, ନାଳରେ ପଡିଛି ମୃତଦେହ

Published By : Prameya-News7 Bureau | February 12, 2021 IST

ଢେଙ୍କାନାଳ ୧୨।୨: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀକୁ ଗୁଳିକରି ଦାନ୍ତ ଲୁଟ୍ । ହାତୀର ମୃତଦେହ ଠାବ ହୋଇଛି । ବିମ୍ବୋରୀ ସେକ୍ସନର ଗୋବିନ୍ଦପୁର ବସ୍ତି ନିକଟସ୍ଥ ଏକ ନାଳରେ ହାତୀଟିର ମୃତଦେହ ପଡିଥିବା ଦେଖାଯାଇଥିଲା ।

ଗତ ଦୁଇ ଦିନ ହେଲା ହାତୀଟି ମରିପଡିଥିବା ଅନୁମାନ କରାଯାଇଛି । ହାତୀଟି ଏକ ମାଖାନା ହାତୀ ବୋଲି ଜଣାପଡିଛି । ହାତୀ ମୃତ୍ୟୁର ସଠିକ୍ କାରଣ କଣ ଜଣା ପଡିନଥିଲା ବେଳେ ହାତୀ ଲଢେଇରେ ମୃତ୍ୟୁ ଘଟିଥିବା ଢେଙ୍କାନାଳ ଡ଼ିଏଫଓ ସୂଚନା ଦେଇଛନ୍ତି । ତେବେ ହିନ୍ଦୋଳ ବନ କର୍ମଚାରୀମାନେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.