ମୁଜାଗଡ ରେଞ୍ଜ ଅଞ୍ଚଳରେ ମରିପଡିଛି ହାତୀ, ମୃତ୍ୟୁର କାରଣ ଅସ୍ପଷ୍ଟ
13/03/2023 at 12:36 PM

ଭଞ୍ଜନଗର ୧୩।୩: ଗଞ୍ଜାମ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗମ୍ଭାରୀଗୋଚ୍ଛା ନିକଟରେ ହାତୀର ମୃତ୍ୟୁ ଘଟିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଟତେବେ ମୃତ ହାତୀଟି ଦନ୍ତା ହୋଇଥିବା ଅନୁମାନ କରାଯାଉଛି । ରବିବାର ରାତିରେ ଉକ୍ତ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ସୋମବାର ଏକ ଛୁଆ ଦନ୍ତା ହାତ ମରିପଡିଥିବା ଦେଖିବାକୁ ମିଳିଛି ।
Related Posts
୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
27 March 2023
ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
27 March 2023