ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଜଙ୍ଗଲରୁ ମିଳିଲା ଦୁଇଟି ହାତୀର ମୃତଦେହ, ୧୦ ଦିନ ହେବ ପଡିଛି ମରଶରୀର

7/11/2022 at 1:40 PM

ତେଲକୋଇ ୦୭।୧୧ : ଜଙ୍ଗଲରୁ ପୁଣି ଠାବ ହେଲା ହାତୀର ମୃତଦେହ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ସଂରକ୍ଷିତ ଜଙ୍ଗଲ କୁଳିଆପାଳ ଜଙ୍ଗଲରୁ ଦୁଇଟି ହାତୀର ମୃତଦେହ ଠାବ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀସ କୁଳିଆପାଳ ନିକଟରେ ଥିବା ଜଙ୍ଗଲରୁ ଏକ ମାଈ ହାତୀ ସହ ଏକ ଛୁଆ ହାତୀର ମୃତଦେହ ପଡିଥିବା କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ତେବେ ମୃତ ହାତୀ ଛୁଆକୁ ଜନ୍ମ ଦେଇ ମାଈ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପ୍ରାୟ ୧୦ ଦିନ ହେବ ହାତୀର ମୃତଦେହ ଏଠାରେ ପଡିଥିବା ଅନୁମାନ କରାଯାଉଛି । ବନବିଭାଗର ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

   Related Posts