ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ
4/03/2020 at 10:21 AM

ସମ୍ବଲପୁର ୪।୩: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଛି । ସମ୍ବଲପୁର ସଦର ରେଞ୍ଜ ଇଚ୍ଛାପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ସଦର ରେଞ୍ଜ ଇଚ୍ଛାପାଲି ଗାଁରେ ହାତୀର ମୃତଦେହ ଉଦ୍ଧାର ହୋଇଛି । ତେବେ ହାତୀଟିର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ଜଣାପଡିଛି । ତେବେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଯାଇଥିବା ଅନୁମାନ କରାଯାଉଛି । ହାତୀଟି ସେଇ ତାର ଦେଇ ଯାଇଥିବାବେଳେ ତାର ଲାଗିଯିବାରୁ ହାତୀଟିର ମୃତ୍ୟୁ ଘଟିଛି । ହାତୀ ମୃତ୍ୟୁର ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ହାତୀର ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି ତାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।