oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୂଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ, ତରବରିଆ ଭାବେ ପୋଡିଦେଲେ ଗଳିତ ମୃତଦେହ

15/01/2022 at 8:21 AM

ନୀଳଗିରି ୧୫।୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ଏବେ ଅସୁରକ୍ଷିତ । ହାତୀ ଅଭୟାରଣ୍ୟ ଭାବେ ପରିଚିତ କୂଳଡିହାରେ ଏବେ ହାତୀ ଅସୁରକ୍ଷିତ । କୂଳଡିହା ଅଭୟାରଣ୍ୟରୁ ଗୋଟିଏ ହାତୀର ମୃତଦେହ ଠାବ କରାଯାଇଛି । ମାତ୍ର ଏନେଇ ବନ ବିଭାଗ ପାଖରେ ୧୦ଦିନ ହେଲା ଖବର ନଥିବା ଜଣାପଡିଛି । ମୃତଦେହକୁ ତରବରିଆ ଭାବେ ପୋଡି ଦିଆଯାଇଥିଲା । ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ହାତୀର ମୂଲ୍ୟବାନ ଦାନ୍ତ କୁଆଡେ ଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ କେହି ଫୋନ୍‌ ଉଠାଇନଥିଲେ ।

୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୂଳଡିହା ଅଭୟାରଣ୍ୟରେ ପାଖାପାଖି ୧୦୦ଟି ହାତୀ ଅଛନ୍ତି । ହାତୀ ଖୁଲିଆ ନିକଟ ଖଜିରା ନିକଟରେ ଏକ ବିରାଟକାୟ ହାତୀର ମୃତଦେହ ମିଳିଥିଲା । ହାତୀଟିର ୧୦ଦିନ ତଳେ ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ଜାଣିବାକୁ ପାଇଥିଲା । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହାତୀର ବ୍ୟବଚ୍ଛେଦ ହୋଇଥିଲା । ପରେ ହାତୀର ଗଳିତ ଶବଟିକୁ ପୋଡ଼ି ଦିଆଯାଇଥିଲା ।

   Related Posts