ବ୍ରାହ୍ମଣମୁଣ୍ତା ଅଞ୍ଚଳରୁ ଦନ୍ତାହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | December 10, 2022 IST

ଆଠମଲ୍ଲିକ, ୧୦/୧୨: ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ପରା ଗ୍ରାମର ବ୍ରାହ୍ମଣମୁଣ୍ତା ବିଲ ଅଞ୍ଚଳରୁ ଏକଦନ୍ତା ହାତୀର ମୃତଦେହ ଠାବ କରିଛି ବନବିଭାଗ । ହାତୀଟିର ବୟସ ଆନୁମାନିକ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ସୂଚନା ଥାଉକି, ଜରପଡା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ଦେଢ କିଲମିଟର ଦୂରରେ ପରା ଗ୍ରାମର ବ୍ରାହ୍ମଣମୁଣ୍ତାରେ ଏକ ହାତୀର ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖି ଜରପଡା ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ତେବେ ହାତୀର ମୃତଦେହ ଦେଖିବା ପାଇଁ ଅଞ୍ଚଳର ଲୋକଙ୍କ ଭିଡ ଜମିବାରେ ଲାଗିଛି। ହାତୀ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଜରପଡା ରେଞ୍ଜରେ ଦୁଇମାସରେ ଚାରିଟି ହାତୀ ମଲେଣି । ବିଭାଗ ଆଗକୁ ହାତୀ ମୃତୁକୁ କିପରି ରେକିବ ତାହା ବଡ଼ ପ୍ରଶ୍ନ ସୃଷ୍ଟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.