ଶିକାରୀ ଗୁଳିର ଟଳିପଡିଛି ଦନ୍ତା ! ଜଙ୍ଗଲରେ ପଡିଛି ହାତୀର ମୃତଦେହ

Published By : Prameya-News7 Bureau | October 15, 2022 IST

ଆଠମଲ୍ଲିକ ୧୫।୧୦ : ପୁଣି ଏକ ଦନ୍ତାହାତୀର ମୃତ୍ୟୁ । ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ ଭୁଇଁତଳା ନିକଟରେ ପଡିଛି ଦନ୍ତାହାତୀର ମୃତଦେହ । ମୃତ ହାତୀର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭୁଇଁତଳା ନିକଟରେ ଏକ ଦନ୍ତାହାତୀର ମୃତଦେହ ପଡିଥିବାର ଖବର ମିଳିଥିଲା । ଏହାପରେ ବନବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ, ହାତୀର ମୁଣ୍ଡର ଏକ କ୍ଷତ ଚିହ୍ନ ରହିଛି । ବନବିଭାଗ ପକ୍ଷରୁ ହାତୀ ମୃତ୍ୟୁ ନେଇ କିଛି ସବିଶେଷ ତଥ୍ୟ ଦିଆଯାଇନାହିଁ । କିନ୍ତୁ କେହି ଶିକାରୀଙ୍କ ଗୁଳିରେ ହାତୀଟି ମରିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.