ସାତକୋଶିଆରୁ ହାତୀର ଗଳିତ ମୃତଦେହ ଠାବ, ୪ ମାସ ତଳୁ ହୋଇଛି ମୃତ୍ୟୁ !
20/03/2023 at 9:21 AM

ଅନୁଗୁଳ ୨୦।୦୩ : ସାତକୋଶିଆରୁ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର। ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ତରଭା ନିକଟରୁ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ହାତୀଟି ଛୋଟାମୁଣ୍ଡା ନିକଟସ୍ଥ ଜଙ୍ଗଲର ଏକ ଖୋଲ ନିକଟରୁ ଠାବ ହୋଇଛି।
ଖବର ଅନୁଯାୟୀ, ମୃତ ହାତୀର ବୟସ ୮ ବର୍ଷ ହେବ । ୪ ମାସ ତଳୁ ହାତୀର ମୁତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ହାଡ଼ ଏବଂ ଅନ୍ୟାନ୍ୟ ନମୁନା ସଂଗ୍ରହ କରି ଭୁବନେଶ୍ବର ଓୟୁଏଟିକୁ ପରୀକ୍ଷା ପାଇଁ ପଠାଇଛି। ହାତୀର ମୁତ୍ଯୁ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ କରିନାହିଁ ବନ ବିଭାଗ । ଗତ ୧୦ ତାରିଖରେ ମଧ୍ୟ ବାଘମୁଣ୍ଡା ନିକଟରୁ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା।