ଚୌଦ୍ବାର ଶିଳ୍ପାଞ୍ଚଳରେ ହାତୀପଲଙ୍କ ଉପଦ୍ରବ

Published By : Prameya-News7 Bureau | December 25, 2019 IST

ଚୌଦ୍ବାର ୨୫।୧୨: ଚୌଦ୍ବାର ଶିଳ୍ପାଞ୍ଚଳରେ ହାତୀପଲଙ୍କ ଉପଦ୍ରବ । ବିଳମ୍ବିତ ରାତିରେ ୧୫ଟିକିଆ ହାତୀପଲ ଚୌଦ୍ବାର ସହରର ଶିଳ୍ପାଞ୍ଚଳ ମଧ୍ୟରେ ପ୍ରବେଶ କରି ଆତଙ୍କ ଖେଳାଇଛନ୍ତି । ଏଠାରେ ଥିବା ଏକ ପାଇପ୍ କାରଖାନାର ପାଚେରୀ ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି ।

ଗତ କିଛିଦିନ ହେଲା କଟକ ବନଖଣ୍ଡ ଅଧୀନସ୍ଥ ଡାଳିଯୋଡା ରିଜର୍ଭ ଜଙ୍ଗଲରୁ ଚାଲିଆସିଥିବା ହାତୀପଲ  ଚୌଦ୍ବାର ଆଖପାଖରେ  ଉପଦ୍ରବ ଚଳାଇଆସିଛନ୍ତି । ଦିନବେଳେ ବାଣୀପଦା ଓ ଇନ୍ଦ୍ରାଣୀପାଟଣା ନିକଟବର୍ତ୍ତି ଛତିଶାପାଟ ଓ ଶିଳ୍ପାଞ୍ଚଳ ଆଖପାଖରେ ଓ ଜାତୀୟ  ରାଜପଥ ୫୫ନିକଟରେ ଆତଙ୍କ ସୃଷ୍ଟି କରିଛନ୍ତି ।

ବନ ବିଭାଗ ପକ୍ଷରୁ ଶିଳ୍ପାଞ୍ଚଳ ଓ ଜନବସତି ମଧ୍ୟରୁ ହାତୀ ପଲଙ୍କୁ ତଡିବାକୁ ଉଦ୍ୟମ କରାଯିବା ପରେ ହାତୀପଲ ବଡି ଭୋରରୁ ଛତିଶାପାଟ ମଧ୍ୟକୁ ଘଉଡାଇବାରେ ସଫଳ ହୋଇଛନ୍ତି । ସହର ମଧ୍ୟରେ ହାତୀପଲଙ୍କ ଉପସ୍ଥିତି ଯୋଗୁଁ ରାତି ତମାମ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.