Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲେ ହାତୀ ପଲ

7/08/2019 at 2:05 PM

କରଞ୍ଜିଆ ୭|୮: ମୟୁରଭଞ୍ଜ ଜିଲ୍ଲା ଯଶୀପୁରରେ ହାତୀ ଆତଙ୍କ । ଘର ଦ୍ବାର ଭାଙ୍ଗିବା ସହ ଜଣେ ବୃଦ୍ଧଙ୍କୁ ଦଳି ଦେଇଛନ୍ତି ହାତୀ ପଲ । ଗତକାଲି ବିଳମ୍ବିତ ରାତିରେ ୨୨ ଟିକିଆ ଝଡଖଣ୍ଡୀ ହାତୀ ପଲ ଯଶୀପୁର ବ୍ଲକରେ ପଶିଥିଲେ । ହାତୀ ପଲ ଜଣେ ବୃଦ୍ଧଙ୍କ ଘର ଭାଙ୍ଗିବା ସହ ସେ ଶୋଇଥିବା ବେଳେ ତାଙ୍କୁ ଦଳି ଦେଇଛନ୍ତି । ମୃତକ ହେଲେ କଣ୍ଡିଆ କହ୍ଲ ।

ଦୀର୍ଘ ୬ ଦିନ ହେଲା ରରୁଆଁ, ସୁକ୍ରୁଡି ଅଞ୍ଚଳରେ ହାତୀ ପଲ ଆତଙ୍କ ଚଳାଇଛନ୍ତି । କେତେବେଳେ ଫସଲ ଦଳି ଦେଉଛନ୍ତି ତ ଆଉ କେତେବେଳେ କାହାକୁ ଦଳି ମାରି ଦେଉଛନ୍ତି । କିନ୍ତୁ ହାତୀ ଘଉଡାଇବାରେ ବିଫଳ ହୋଇଛି ବନ ବିଭାଗ । ବନ ବିଭାଗରର ବିଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

   Related Posts