ହାତୀ ଆକ୍ରମଣରେ ମୃତ୍ୟୁ
5/06/2018 at 5:09 AM

ବୌଦ୍ଧ କଣ୍ଟାମାଳ ବ୍ଲକ ପଲସାପଦର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗାଁର ଭରତ ବଗର୍ତ୍ତୀ । ଭୋରୁ ଭୋରୁ ଶୌଚ ପାଇଁ ବନ୍ଧକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ଭରତ । ତେବେ ସକାଳୁ ଗ୍ରାମବାସୀ ଦେଖିଲା ପରେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କଣ୍ଟାମାଳ ବନ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି ।