ପୁଣି ଧକ୍କା ଦେଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ହାତୀର ଜୀବନ

Published By : Prameya-News7 Bureau | December 05, 2020 IST

ସମ୍ବଲପୁର ୦୫।୧୨:  ଗତ କିଛି ଦିନ ତଳେ ଢେଙ୍କାନାଳ ସହର ଉପକଣ୍ଠରେ ଭୁବନେଶ୍ବର -ରାଉରକେଲା ଇଣ୍ଟରରସିଟି ଟ୍ରେନ ଧକ୍କାରେ ୩୧ ମଇଁଷିଙ୍କ ମୃତ୍ୟୁ ଘଟିଥିଲା। ଆଜି ପୁଣି ଏହି ଟ୍ରେନରେ ଧକ୍କାରେ ହାତୀର ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା- ହାତୀବାରୀ ମଧ୍ୟରେ ଥିବା ଗରଗଡବାହାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ପଡିଛି ହାତୀର ମୃତଦେହ। ଭୁବନେଶ୍ଵର -ରାଉରକେଲା ଇଣ୍ଟରରସିଟି ଟ୍ରେନରେ ଧକ୍କା ହୋଇଥିବା ପ୍ରାଥମିକ ସୂଚନାରୁ ଖବର ମିଳିଛି। ଘଟଣା ସ୍ଥଳକୁ ରେଳବିଭାଗ, ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ନଭେମ୍ଵର ୨୭ରେ ପୂର୍ବ ତଟ ରେଳପଥର ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ନିକଟରେ ମଇଁଷି ପଲ ଚରି ସାରି ଗୋବିନ୍ଦପୁର ଫେରୁଥିବା ବେଳେ କାଠଗଡା ଠାରେ ରେଳ ଧାରଣା ଅତିକ୍ରମ କରୁଥିଲେ । ହେଲେ ବିଳମ୍ବରେ ଆସୁଥିବା ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏହି ମଇଁଷି ପଲଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ୩୧ଟି ମାଇଁଷିଙ୍କର ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.