scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋଠଛଡ଼ା ଦନ୍ତାର ଉତ୍ପାତ, ଘର ଭାଙ୍ଗି ଖାଇଗଲା ଛତୁଆ ଓ ଚାଉଳ

4/09/2023 at 9:48 AM

ତେଲକୋଇ ୦୪।୦୯ : ମଲଣ୍ଡା ଗାଁରେ ଗୋଠଛଡା ଦନ୍ତାର ଉତ୍ପାତ । ଘର ଭାଙ୍ଗି ଖାଇଗଲା ଅଙ୍ଗନଓ୍ବାଡି ଛତୁଆ ଓ ଚାଉଳ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବାମଳା ଫରେଷ୍ଟ ବିଟ୍‌ ମଲଣ୍ଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଗାଁର ଅଙ୍ଗନଓ୍ବାଡି କର୍ମୀ ହେନା ନାୟକଙ୍କ ଘରେ ରବିବାର ବିଳମ୍ବିତ ରାତିରେ ଗୋଠଛଡା ଦନ୍ତା ପଶି ଉତ୍ପାତ କରିଥିଲା । ଘର ଭାଙ୍ଗି ଅଙ୍ଗନଓ୍ବାଡି ପିଲାଙ୍କ ଛତୁଆ ଆଉ ଚାଉଳ ଖାଇଦେଇଥିଲା । ଘର ଭାଙ୍ଗିବା ଶବ୍ଦ ଶୁଣି ହେନାଙ୍କ ସ୍ବାମୀ ଘର ବାହାରକୁ ଆସି ଦେଖିବା ସମୟରେ ତାଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା ଦନ୍ତା। ଭୟରେ ଦୌଡି ପଳାଇଥିଲେ ହେନାଙ୍କ ସ୍ବାମୀ ସୁବ୍ରତ ନାୟକ । ପାଟି ଶୁଣି ଗାଁ ଲୋକେ ଆସି ହାତୀକୁ ଘଉଡାଇଥିଲେ।

   Related Posts